ଆଇଆଇଟି ରେ ୬ଟି କମ୍ପାନୀ ର କାଉନସେଲିଂ

Spread the love

ବିଶୋଇ,୧୭/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପକ୍ଷରୁ ଆଜି ବିଶୋଇ ଆଇଟିଆଇଠାରେ ଦିନଦୟାଲ ଉପାଧାୟ ଓ ଗ୍ରାମୀଣ କୌଶଳ ଯୋଜନାର ବେକାର ଯୁବକ ଯୁବତୀଙ୍କ ନିମନ୍ତେ ଏକ କାଉନ୍‌ସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶୋଇ ବନ ବିଭାଗର ତତ୍ବାବଧାନରେ ବିଶୋଇ ଆଇଟିଆଇ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ଡିଏଫଓ ଡ: ଅରୁଣକୁମାର ମିଶ୍ର ଉଦ୍‌ଘାଟନ କରିଥିଲେ । ଅତିଥି ଭାବେ ବିଶୋଇ ବ୍ଲକ ଅଧ୍ୟକ୍ଷା ତୁଳସୀ ସିକ୍ରୀ ହାଁସଦା ବିଡି ଓ ଏଡ଼ି ସୁରଜ ଖାନ ଯୋଗ ଦେଇଥିଲେ । ଏସ୍ ଏମ୍ ଏସିଏଫ୍ ଭୁବନେଶ୍ୱର, ନିମ୍ ବାଲେଶ୍ଵର, ଜ୍ଞାନକିଛି ଭୁବନେଶ୍ବର, ସାଫେଡୁକେଟ ଭୁବନେଶ୍ଵରସିଟିଟିସି ଭୁବନେଶ୍ୱର ଓ ଗ୍ରାମ ତରଙ୍ଗ ଭୁବନେଶ୍ୱର ଓ କେନ୍ଦୁଝରର ୬ଟି କମ୍ପାନି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ବିଶୋଇ ଓ ବାଙ୍ଗିରିପୋଷି ବ୍ଲକର ବିଭିନ୍ନ ଗ୍ରାମର ୨୨୯ ଜଣ ବେକାର ଯୁବକ ଯୁବତୀ କର୍ମ ନିୟୋଜନ ପାଇଁ ନାମ ପଞ୍ଜିକୃତ କରିଥିଲେ ।

Related Posts

About The Author

Add Comment