ଯାଜପୁର, ୦୭/୧୧/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ମେହଶ୍ୱରପୁର ପଂଚାୟତର ମହେଶ୍ୱପୁର ଗ୍ରାମର ଏହି ଅସହାୟ ପରିବାର ଭରତ ଦାସଙ୍କୁ ପ୍ରଶାସନ ସହାୟତା ଦେବା ପାଇଁ ଦାବି କରାଯାଉଚି । ଭରତ ଦାସ ଗରିବ ଦିନ ମଜୁରିଆ ହୋଇଥିବା ବେଳେ, ପରିବାର ଚଳାଇବା ପାଇଁ ବହୁ କଷ୍ଟକର ହୋଇ ପଡ଼ିଚି । ୮ଜଣ ପରିବାରକୁ ନେଇ ମୁଲ ମଜୁରୀ ଲାଗି ଭରତ ବହୁ କଷ୍ଟରେ ଚଳୁଥିବା ବେଳେ, ମୁଣ୍ଡ ଗୁଞ୍ଜିବା ପାଇଁ ଘରଖଣ୍ଡେ ନଥିବାରୁ ଏକ ଚାଳ ଛପର ଘରେ ଭରତ ରହୁଥିବାରୁ ଏହି ଅସହାୟ ପରିବାରକୁ ଇନ୍ଦିରା ଆବାସ ଯୋଗାଇ ଦେବାପାଇଁ ଦାବି କରାଯାଉଥିବା ବେଳେ, ଏହାକୁ ପ୍ରଶାସନ ଅଣଦେଖା କରିଯାଉଥିବା ଗଣମାଧ୍ୟମ ନଜରକୁ ଆସିଚି । ଯାହାକି ପ୍ରଶାସନ ପକ୍ଷରୁ ଭରତକୁ ଏକ ରାସନକାର୍ଡ ଦିଆଯାଇଥିବା ଦେଖିବାକୁ ମିଳିଚି । ସୌଭାଗ୍ୟ ଜ୍ୟୋତି ଯୋଜନାରେ ବିଜୁଳି ଯୋଗାଇ ଦେବା ପାଇଁ ସାଧାରଣରେ ଦାବି କରାଯାଉଚି । ଏହି ପଂଚାୟତରେ ବହୁ ଗରିବ ପରିବାର ବାସ କରୁଥିବା ବେଳେ, ସେମାନଙ୍କୁ ବାର୍ଦ୍ଧକ୍ୟ, ବିଧବା ଭତ୍ତା ମିଳୁନଥିବା ଅଭିଯୋଗ କରାହୋଇଥିବା ଦେଖିବାକୁ ମିଳିଚି । ଏହି ଗ୍ରାମର ମାତାଜୀ ଦାସଙ୍କୁ ୬୦ ବର୍ଷ ପରୁଯାଇଥିଲେ ମଧ୍ୟ ମାତାଜୀକୁ ବିଧବା ଭତ୍ତା ମିଳିନଥିବା ଦେଖିବାକୁ ମିଳିଚି । ଏହି ଅସହାୟ ପରିବାର ମାନଙ୍କୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରାଯାଉଚି ।
ଅସହାୟ ପରିବାରକୁ ସହାୟତା ପାଇଁ ପ୍ରଶାସନ ନିକଟରେ ଦାବି କରାଯାଉଚି
|
November 7, 2021 |