ଭୁବନେଶ୍ଵର, ୨୧/୨/୨୦ (ସନ୍ଧାନ ନିଉଜ) : ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ଭଦ୍ରକ ପୋଲିସ ଆଜି ଏଫସିଆଇର ଡ୍ରାଇଭର ଏସ.କେ ସରିଫଙ୍କୁ ଗିରଫ କରିଛି। ସେ ଗ୍ରାମାଞ୍ଚଳ ଥାନା ଏରେଇଁ ଅଞ୍ଚଳରେ ରହୁଥିଲେ ହେଁ ତାଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ବୋଲି ଜଣାପଡିଛି।
ଖବର ଅନୁଯାୟୀ ଏଫସିଆଇରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଏସ.କେ ସରିଫ ଜଣେ ବୟସ୍କ ବ୍ୟକ୍ତି। ୨୦୦୨ ମସିହାରୁ ସେ ଭଦ୍ରକ ଜିଲ୍ଲାର ଚରମ୍ପା ନିକଟବର୍ତ୍ତୀ ଏରେଇଁ ଗ୍ରାମରେ ପରିବାର ସହ ରହୁଥିଲେ। ଗ୍ରାମର ଏକାଧିକ ଯୁବତୀଙ୍କ ନିକଟକୁ ଅଶ୍ଳୀଳ ମେସେଜ୍ ପଠାଇଥିବା ଅଭିଯୋଗରେ ଆଜି ଗ୍ରାମାଞ୍ଚଳ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


