ଅର୍ଥ ଲାଳସା ପାଇଁ ହାତ ମିଶାଇଛନ୍ତି ଠିକାଦାର ଓ ଯନ୍ତ୍ରୀ, ଆଗୁଆ ଟଙ୍କା ନ ଦେଲେ ପୋତା ହେଉ ନାହିଁ ଖୁଣ୍ଟ
|
May 16, 2019 |


ଫୋନି ବାତ୍ୟାରେ ଯଦି କିଏ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ ତେବେ ସିଏ ହେଉଛି ବିଦ୍ୟୁତ ବ୍ୟବସ୍ଥା ଏବଂ ବିଦ୍ୟୁତ ହେଉଛି ଏକ ଜରୁରୀକାଳୀନ ଆବଶ୍ୟକତା କିନ୍ତୁ ଫୋନି ପରେ ଏହି ସେବା ସମ୍ପୂର୍ଣ ଭାବରେ ଭୁଶୁଡି ପଡିଛି । ଜଗତସିଂହପୁର ସହରରେ ବିଦ୍ୟୁତସେବା ସମ୍ପୂର୍ଣ ଭାବରେ ଫୋନି ପରେ ଭୁଶୁଡି ପଡିଥିଲା ତାହା ଏବେ କିଛି ମାତ୍ରାରେ ସୁଧାର ଆସିଛି କିନ୍ତୁ ତଥାପି କେତେକ ଅଂଚଳରେ ବିଦ୍ୟୁତ ସେବା ଆସି ନାହିଁ । କିନ୍ତୁ ଗ୍ରାମାଞ୍ଚଳରେ ବିଦ୍ୟୁତସେବା କେବେ ଆସିବ ଏହାକୁ ନେଇ ସେସୁ ଅଧିକାରୀ ନିରବ । ଗ୍ରାମାଞ୍ଚଳରେ ବିଦ୍ୟୁତ ସଂଯୋଗ ଦେବା ଆଳରେ ଏବେ ଚାଲିଛି ଜୁଲମ । ବିଦ୍ୟୁତ ବିଭାଗର କେତେକ ଅଧିକାରୀ ଓ ଠିକାଦାର ଏଥିରେ ହାତ ମିଳାଇଛନ୍ତି ।ପ୍ରଥମେ ଆରମ୍ଭ ହେଉଛି ବିଦ୍ୟୁତଖୁଣ୍ଟରୁ ।ବିଦ୍ୟୁତ ଖୁଣ୍ଟ ପଡିଲେ ଯାଇ ତାର ଟଣା ହୋଇ ବିଦ୍ୟୁତ ସଂଯୋଗ ଦିଆଯିବ । ଏହିଠାରୁ ଆରମ୍ବ ହେଉଛି ଲୋକମାନଙ୍କୁ ନିର୍ଯ୍ୟାତନା । ବିଭାଗ ତରଫରୁ ସର୍ତ ରହୁଛି ବିଦ୍ୟୁତଖୁଣ୍ଟ ଗ୍ରାମବାସୀଙ୍କ ସହାୟତାରେ ଅଣାଯିବ ଓ ଖୁଣ୍ଟି ପୋତାହେବା ପାଇଁ ଗାତ ଗ୍ରାମବାସୀ ଖୋଲିବେ ଓ ଖୁଣ୍ଟି ମଧ୍ୟ ପୋତିବେ ।ଏହା ସମ୍ପୁର୍ଣ୍ଣ ଗ୍ରାମବାସୀ ନିଜ ଖର୍ଚ୍ଚରେ କରିବେ । ଏବଂ ଶେଷରେ ତାର ଟଣା କାମ ବିଦ୍ୟୁତ ବିଭାଗର କର୍ମଚାରି କରିବେ । ସେତିକି ମଧ୍ୟ କରିବା ପାଇଁ ଗ୍ରାମବାସୀମାନଙ୍କୁ ଟଙ୍କା ଆଦାୟ କରି ଦେବାକୁ ପଡିବ । ତାହା ଅଧ୍ୟ ଯଥେଷ୍ଟ ନୁହଁ ବିଦ୍ୟୁତବିଭାଗ କର୍ମଚାରୀଙ୍କୁ ଖାଦ୍ୟପେୟ ଦେଇ ଆପାୟିତ କରିବାକୁ ପଡିବ । ଏହା ହେଉଛି ପ୍ରତ୍ୟେକ ଗ୍ରାମର ସ୍ଥିତି । ଏହି କାର୍ଯ୍ୟ ବିଦ୍ୟୁତ ବିଭାଗର ଉଚ୍ଚ ପ୍ରଦସ୍ତ ଅଧିକାରୀଙ୍କଠାରୁ ଆରମ୍ବ କରି ତଳ ପର୍ଯ୍ୟନ୍ତ ସମସ୍ତଙ୍କ ଗୋଚରରେ ଚାଲିଛି ।କିନ୍ତୁ ସେମାନଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରାଯାଇପାରୁନାହିଁ ।ଖୁଣ୍ଟି ବୋହିବାଠାରୁ ତାର ଟଣାହେବା ପର୍ଯ୍ୟନ୍ତ ଏମାନେ ଲୋକମାନଙ୍କଠାରୁ ଟଙ୍କା ନେଉଛନ୍ତି କିନ୍ତୁ ଏ ବାବଦରେ ବିଲ କରି ସରକାରୀ ତାହାବିଲରୁ ବିଲ କରି ଅର୍ଥ ଲୁଟିବେ । ଏହାର ହିସାଵ କରିବ କିଏ ଏଥିପାଇଁ ଦାୟୀ କିଏ ତାହା ଏବେ ଲୋକମାନଙ୍କ ମନରେ ପ୍ରଶ୍ନ ଉଠୁଛି।