ଭଦ୍ରକ, ୨୧/୦୫ (ସନ୍ଧାନ ନିଉଜ): ସାମୁଦ୍ରିକ ବାତ୍ୟା ଓ ପ୍ରବଳ ବର୍ଷା ପ୍ରଭାବରେ ଉପକୂଳ ଓଡ଼ିଶାରେ ଚାନ୍ଦବାଲି ବ୍ଲକର ଅନେକ ସ୍ଥାନରେ ଦେଖିବାକୁ ମିଳିଛି କ୍ଷୟକ୍ଷତି । ଅଧିକ ବେଗରେ ପବନ ଓ ଅଧିକ ବର୍ଷା ହେବା ଫଳରେ କେଉଁଠି ଘରଦ୍ୱାର ଭାଙ୍ଗି ଯାଇଥିବାବେଳେ କେଉଁଠି ବଡ଼ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଛି । ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଓ ଇଲେକ୍ଟ୍ରପୋଲି ଭାଙ୍ଗିଯିବାରୁ ସାଧାରଣ ଲୋକଙ୍କ ଧନ ଜୀବନରେ ଅସ୍ୱଭାବିକ ପରିସ୍ଥିତ ସୃଷ୍ଟି ହୋଇଥିଲା । ବିଜୁଳି ବିନା ପମ୍ପ ହାଉସ ଅଚଳ ହୋଇ ପଡ଼ିଥିବାରୁ ୨ ଦିନ ହେବ ସହରରେ ପାନୀୟଜଳ ପାଇଁ ଲୋକେ ପାଣି ପାଇଁ ନାନା ସମସ୍ୟାରେ ପଡ଼ିଛନ୍ତି । ଅଧିକ ପରିମାଣରେ ବିଜୁଳି ଖୁଂଟ ଭାଙ୍ଗିବା ଓ ତାର ଛିଡ଼ି ଯାଇଥିବାରୁ ବିଜୁଳି ବିଭାଗ ପକ୍ଷରୁ ଏବେ ଅଧିକାଂଶ ସ୍ଥାନରେ ଯୁଦ୍ଧ କାଳିନ ଭିତିରେ କାର୍ଯ୍ୟ ଚାଲିଛି । ଏଥିସହ ଚାଷ ତଳି ଆରମ୍ଭରୁ ବର୍ଷାଜଳ ଜମିରହିବାରୁ ଏଥର ଧାନଚାଷ ପାଇଁ ଅନିଶ୍ଚତିତା ସୃଷ୍ଟି ହୋଇଥିବାବେଳେ କିଛି ସ୍ଥାନରେ ମଧ୍ୟ ପନିପରିବା ଚାଷ ମଧ୍ୟ ବ୍ୟାପକ ଭାବରେ ନଷ୍ଟ ହୋଇଛି ।ସମୁଦ୍ର ଊପକୂଳ ଚାନ୍ଦବାଲି ବ୍ଲକର ୩୬ ପଂଚାୟତ ମଧ୍ୟରୁ ଧାମରାରେ ୮ ପଂଚାୟତ ଓ ଚାନ୍ଦବାଲି ଏନ ଏ ସି ସମେତ ୫ ଟି ପଂଚାୟାତ ଓ ଆରଡ଼ିରେ ୪ ଟି ପଂଚାୟତରେ ବାତ୍ୟା ଆମ୍ପନ ପ୍ରଭାବରେ ବ୍ୟପକ ଭାବରେ କ୍ଷତିିଗ୍ରସ୍ଥ ହୋଇଛି । ଅଧିକାଂଶ ସ୍ଥାନରେ ଗଛ ଭାଙ୍ଗି ରୋଡ଼ ବ୍ଲକ୍ ହୋଇଥିବାବେଳେ ଏନ୍ଡ଼ି ଆର ଏଫ ଓ ଅଗ୍ନିସମ ବିଭାଗ ରାସ୍ତାଘାଟରେ ଗଛକାଟି ସଫା କରିଛନ୍ତି । ଏବେ ଯୁଦ୍ଧକାଳିନ ଭିତିରେ ବିଜୁଳି ବିଭାଗର କର୍ମଚାରୀ ମାନେ ଖୁଂଟ ଓ ତାର ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି । ସବୁପରେ କଚାଘରେ ରହୁଥିବା କିଛି ବାତ୍ୟା ବିପନ୍ନ ଙ୍କ ଘର ଭାଙ୍ଗି ଯାଇତଥିବାରୁ ସେମାନେ ଏବେ ଖୋଲା ଆକାଶ ତଳେ ରହିଛନ୍ତି । ବାତ୍ୟା ଅମ୍ପାନ ପାଇଁ ଚାନ୍ଦବାଲି ବାସୀଙ୍କର ଦୁଃଖ ଦ୍ୱିଗୁଣିତ ହୋଇଛି ।ଏବେ ମହାମାରୀ କରୋନା ପାଇଁ ପ୍ରବାସୀ ଓଡ଼ିଆ ପ୍ରତ୍ୟବର୍ତନ ପରେ ସେମାନଙ୍କୁ ବିଭିନ୍ନ ପଂଚାୟତରେ କ୍ୱାରେଣ୍ଟାଇନ ସେଣ୍ଟରେ ରଖିବାପାଇଁ ସମସ୍ୟା ଥିବାବେଳେ ପୁଣି ବାତ୍ୟା ବିପନ୍ନଙ୍କ ଥଇଥାନ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସବୁପରେ ଭଦ୍ରକ ଜିଲ୍ଲାରେ ମହାମାରୀ କରୋନା ଆକ୍ରନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ସାଙ୍ଗକୁ ବାତ୍ୟାର କ୍ଷୟକ୍ଷତି ନିଶ୍ଚିତ ଭାବରେ ପ୍ରଶାସନ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।
ଅମ୍ଫାନ ପ୍ରଭାବରେ ଅନେକ କ୍ଷୟକ୍ଷତି, ଯୁଦ୍ଧ କାଳିନ ଭିତିରେ ଚାଲିଛି ବିଜୁଳି ମରାମତି
|
May 21, 2020 |



