ସୁନ୍ଦରଗଡ, ୨୦/୪/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ସୁନ୍ଦରଗଡ ଜିଲ୍ଲାରେ ଦିନକୁ ଦିନ ଦୁଇ ଚକିଆ ଯାନ ସହିତ ଅନ୍ୟ ଗାଡି ମାନଙ୍କର ବେପରୁଆ ନୀତି ଅବମାନନା ଦେଖି ଆଜି ସୁଦରଗଡ଼ ପୋଲିସ ପକ୍ଷରୁ କଡାକଡି ଚେକିଂ ଆରମ୍ଭ ହୋଇଯାଇଛି । ସଦର ତହସିଲ, ଟାଉନପୋଲିସ ଓ ଏନଫୋର୍ସମେଣ୍ଟ କୋବିଡ଼ ଏପ୍ରୋପ୍ରିଏଟ କଟକଣା ଆଧାରରେ ଚଢ଼ାଉକରି କାର୍ଯନୁଷ୍ଠାନ ଗ୍ରହଣ କରିଛି । ସାଧାରଣ ଲୋକଙ୍କ ଗତିବିଧି ଉପରେ ନଜର ରଖିବା ସହ ଦୋକାନ,ବଜାର ଓ ଭିଡ ଜାଗା ଉପରେ କଟକଣା ମଜବୁତ କରିବା ସହିତ ମାସ୍କ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଇଛି । ଆଜି ପୋଲିସ,ପୌରପାଳିକା ଓ ଏ ନଫୋର୍ସମେଣ୍ଟ ଟିମ ଚଢାଉ କରି କେତେକ ଅମାନିଆ ଗାଡିଚାଳକଙ୍କ ଠାରୁ ଫାଇନ ଆଦାୟ କରିଛନ୍ତି । ଏହି ଚଢ଼ାଉରେ ତିନିଜଣ ବେପରୁଆ ଅଟୋ ଚାଳକ ଓ କୋଭିଡଉଲଂଘନ କାରୀ ଅଟୋ ଚାଳକ ତିନି ମାସ ପାଇଁ ଗାଡି ଚାଳନା ନ କରିବା ଭଳି ଦାଣ୍ଡରେ ଦଣ୍ଡିତ ହୋଇଛନ୍ତି । ଆଜି ଏହି ଅମାନିଆଙ୍କ ଠାରୁ ଏକଲକ୍ଷତେଇଶ ହଜାର ଟଙ୍କା ଜରିମାନା ଆକାରରେ ଆଦୟ କରିଛି।
ଅମାନିଆ ଗାଡି ଚାଲକ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ
|
April 20, 2021 |



