ଅଭିମନୁ୍ୟ ସାମନ୍ତ ସିଂହାର ମହାବିଦ୍ୟାଳୟର ଅଧ୍ୟକ୍ଷ ଅବସର ନେଲେ

Spread the love

ଯାଜପୁର ସଦର,୦୩ା୧୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବିଦଗ୍ଧ କବୀ ଅଭିମନୁ୍ୟ ମାଟିରେ ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ନାମରେ ନାମିତ କରାଯାଇଥିବା ମହାବିଦ୍ୟାଳୟର +୨ ଅଧ୍ୟକ୍ଷ ଦେବପ୍ରସାଦ ସାମଲ ତାଙ୍କ ଜନ୍ମଦିନ ତା ୩୦ ନଭେମ୍ବରରେ ସରକାର ଚାକିରୀରୁ ଅବସର ନେଇଥିବା ଦେଖିବାକୁ ମିଳିଚି । ଶ୍ରୀ ସାମଲ ଜଣେ ପରଉପକାରୀ ଲୋକଥିଲେ ଏକାଧାରରେ ସେ ଜଣେ ସାହିତି୍ୟକ, ଜଣେ ଭଲ ବକ୍ତା, ଜଣେ ଆଦର୍ଶ ଅଧ୍ୟକ୍ଷ ଭାବେ ବେଶ ପରିଚିତ ଥିଲେ । ସରକାରୀ ଚାକିରୀରୁ ଅବସର ନେବାପରେ ବରୀ ବ୍ଲକ୍ ଅନ୍ତର୍ଗତ ତାଙ୍କ ଗ୍ରାମ ବାଲିବିଲି ନିଜବାସଭବନରେ ତାଙ୍କର ଜନ୍ମଦିନ ପାଳନ କରାଯାଇଥିଲା । ବହୁ ସୁଭେତ୍ସୁ ବନ୍ଧୁ, ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ତାଙ୍କ ବାସଭବନରେ ପହଁଞ୍ଚô ପୁଷ୍ପଗୁଚ୍ଛ ଦେଇ ଶ୍ରୀ ସାମଲଙ୍କୁ ସ୍ୱାଗତ କରିଥିଲେ । ବିଭିନ୍ନ ଅନୁଷ୍ଟାନ ପକ୍ଷରୁ ଶ୍ରୀ ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବରୀ ନିର୍ବାଚନ ମଣ୍ଡଳୀର ବିଧାୟିକା ସୁନନ୍ଦା ଦାସ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ, ଅରବିନ୍ଦ ମହାନ୍ତି, ବିଜୁ ଜନତା ଦଳର ଯୁବନେତା ଦେବେନ୍ଦ୍ର ଦାସ, ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ଜେନା, ଅବସରପ୍ରାପ୍ତ ପ୍ରଧ୍ୟାପକ ମୁକୁନ୍ଦ ଜେନା, ସୋର ମହାବିଦ୍ୟାଳୟର ପ୍ରଧ୍ୟାପକ ରବିନ୍ଦ୍ର ବିହାରୀ, ପ୍ରଧ୍ୟାପକ ଅକ୍ଷୟ କୁମାର ରାୟଙ୍କ ସମେତ ବହୁ ଶୁଭେତ୍ସୁ ସାମଲଙ୍କ ବାସଭବନରେ ପହଁଞ୍ଚô ଶୁଭେତ୍ସା ଜଣାଇଥିଲେ ।

Related Posts

About The Author

Add Comment