ଭଦ୍ରକ, ୨୪ା୬ (ସନ୍ଧାନ ନିୟୁଜ/ରମେଶ ନାୟକ) ଆନନ୍ଦପୁରରେ ଦୀର୍ଘ ଦିନରୁ ନୀତିକାନ୍ତି ବିରହିତ ଶ୍ରୀଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶୀଘ୍ର ଉଦ୍ଧାର କରାଯିବାକୁ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଭଦ୍ରକ ଶାଖା ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ଦୃଢ ଦାବୀ କରାଯାଇଛି । ଢେଙ୍କାର ପ୍ରତିଷ୍ଠିତ ବରିଷ୍ଠ ଶିକ୍ଷାବିତ୍ ପ୍ରାଣକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଭଦ୍ରକର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାଶ ଯୋଗ ଦେଇ ଏହା ସମୁଚିତ ଭାକ୍ତିକ ଭାବନା ନୁହେଁ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ବୈଠକରେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥି ନନ୍ଦଶର୍ମା ଓ ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ ବକ୍ତବ୍ୟରେ ଏହା ଓଡ଼ିଶାର ଅଗଣିତ ଶ୍ରୀଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରୁଛି ବୋଲି କହିଥିଲେ । ତେଣୁ ଢେଙ୍କା ଅଧିବାସୀ ନିଜର ବହୁଦିନରୁ ପ୍ରତିଷ୍ଠିତ ଦିଅଁଙ୍କୁ ପୁନରୁଦ୍ଧାର କରିବାକୁ ଅନୁରୋଧ କରାଯାଇଥିଲା । ଏଥିରେ ଢେଙ୍କା ଅଞ୍ଚଳର ମୁକ୍ତିକାନ୍ତ ମିଶ୍ର, ଅନନ୍ତ ଦାଶ, ରତ୍ନାକର ଦାଶ, ଜଗନ୍ନାଥ ମିଶ୍ର, ରୁଦ୍ର ପ୍ରସାଦ କର, ନାରାୟର ଚନ୍ଦ୍ର ଦାଶ, କୃଷ୍ଣଚନ୍ଦ୍ର କର, ବିଦ୍ୟାଧର କର ପ୍ରମୁଖ ବହୁବ୍ୟକ୍ତି ଯୋଗ ଦାନ କରି ଆନନ୍ଦପୁର ଅଧିବାସୀଙ୍କ ସହ ଯୋଗସୂତ୍ର ସ୍ଥାପନ ପୂର୍ବକ ଏ ଦିଗରେ ଉଦ୍ରମ ଅବ୍ୟାହତ ରଖିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ । ପ୍ରଚାର ସମିତିର ସେବକ ବିଜୟ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।
ଅବହେଳିତ ଢେଙ୍କା ଶ୍ରୀଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତିୀଙ୍କ ଉଦ୍ଧାର ପାଇଁ ଦାବୀ
|
June 24, 2019 |


