ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

Spread the love

ଯାଜପୁର, ୨୧/୦୮/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ବରିଷ୍ଠ ଶିକ୍ଷକ ଅବସରପ୍ରାପ୍ତ ଶିକ୍ଷକ ବଟକୃଷ୍ଣ ମଲିକଙ୍କ ପରଲୋକ ଘଟିବାରୁ ଯାଜପୁର ଜିଲ୍ଲାରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମହଲରେ ଶୋକର ଛାୟା ଖେଳିଯାଇଚି । ଶ୍ରୀ ମଲିକ ଏକ ଧାରରେ ଜଣେ ଆଦର୍ଶ ଶିକ୍ଷକ ଭାବରେ ଶିକ୍ଷାଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ନିଜର ସନ୍ତାନ ଭାବେ ଗଢ଼ିତୋଳିଥିବା ବେଳେ, ଏହି ଆଦର୍ଶ ଶିକ୍ଷକ ବନ୍ଧଡିହ ପଂଚାୟତର ବଟକୃଷ୍ଣ ମଲିକ କୋଭିଡରେ ଆକ୍ରାନ୍ତ ହୋଇ ଭୂବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ, ତାଙ୍କର ସେଠାରେ ମୃତୁ୍ୟ ଘଟିଥିଲା । ଶୋକାକୁଳ ପରିବେଶରେ ଶ୍ରୀ ମଲିକଙ୍କ ଶବ ସଂସ୍କାର କରାଯାଇଥିଲା । ଶ୍ରୀ ମଲିକ ଅନୁକୁଳଚନ୍ଦ୍ର ନିଗମାନନ୍ଦର ଭକ୍ତ ଭାବେ ବେଶ ପରିଚିତ ଥିଲେ । ଶ୍ରୀ ମଲିକଙ୍କ ମୃତୁ୍ୟ ଖବର ପାଇ ଯାଜପୁର ଜିଲ୍ଲାରେ କାର୍ଯ୍ୟକରୁଥିବା ଗଣମାଧ୍ୟମର ପ୍ରତିନିଧି ଗୋପିନାଥ ଦାଶ ଦୁଃଖ ପ୍ରକାଶ କରିବା ସହିତ ଏହି ଜିଲ୍ଲାର ବୁଦ୍ଧିଜିବୀ, ଅବସରପ୍ରାପ୍ତ ଶିକ୍ଷକ, ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଶ୍ରୀ ମଲିକଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହତି ତାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Related Posts

About The Author

Add Comment