ଅବସରପ୍ରାପ୍ତ କର୍ମଚାରୀଙ୍କୁ ୨୫ହଜାର ଟଙ୍କା ଜୋରମାନା ଦେବାକୁ ପଡ଼ିଲା

Spread the love

ଯାଜପୁର ସଦର, ୨୪ା୦୬: ଯାଜପୁର ଜିଲ୍ଲାର ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ ଅବସରପ୍ରାପ୍ତ କର୍ମଚାରୀ ସୂଚନା ଅର୍ଥ ଆଇନି ଅନୟଯାଇ ତଥ୍ୟ ଦେବାରେ ଅବହେଳା କରିଥିବାରୁ ଏହି ଅବସର ପ୍ରାପ୍ତ କର୍ମଚାରୀଙ୍କ ଠାରୁ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରିବା ପାଇଁ ଓଡ଼ିଶା ସୂଚନା କମିଶନ ରାୟ ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ସାହାସପୁର ପଂଚାୟତ ଗୋବିନ୍ଦପୁର ଗ୍ରାମର ରମେଶ ଚନ୍ଦ୍ର ସାହାଣୀ ସୂଚନା ଅଧିକାରୀ କର୍ମୀ ବିଦ୍ୟାଳୟ ଗୁଡ଼ିକୁ ମଧ୍ୟାହ୍ନ ଭୋଜନ ବଣ୍ଟନରେ ତା୧୭/୦୫/୨୦୨୨ରିଖରେ ସୂଚନା ଅଧିକାରୀ ଆଇନି ଅନୁଯାୟୀ ଏହି ତଥ୍ୟ ମାଗିଥିଲେ । ଏହି ସୂଚନା ୨୯/୦୬/୨୦୨୨ରେ ଦେବାକୁ ଥିବା ବେଳେ, ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଜନସୂଚନା ଅଧିକାରୀ ବିଜୟ ମିଶ୍ର ସୂଚନା ପ୍ରଦାନ କରିଥିବା ବେଳେ, ଯାହା ଫଳରେ ଶ୍ରୀଯୁକ୍ତ ସାହାଣୀ କମିଶନଙ୍କ ନିକଟରେ ଅପିଲ ଦାୟର କରିଥିଲେ । ଅପିଲ ଶୁଣାଣୀ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ରମାକାନ୍ତ ସେଠୀ ନାମକ ଜଣେ କର୍ମଚାରୀ ଓଡ଼ିଶା ସୂଚନା କମିଶନଙ୍କ କୋର୍ଟରେ ହାଜର ହୋଇ ତା ୦୪/୦୪/୨୦୨୨ ରିଖରେ ଲିଖିତ ଜବାବ ଦାଖଲ କରିଥିଲେ । ତତକାଳିନ ଜନ ଶୁଣାଣୀ ଅଧିକାରୀ ଶ୍ରୀ ମିଶ୍ର ଅଭିଯୋଗକାରୀ ସାହାଣୀଙ୍କୁ ସୂଚନା ପ୍ରଦାନ ପାଇଁ ୧୦୨୦୮ ଦାଖଲ କରିବା ପାଇଁ ଚିଠି ମାଧ୍ୟମରେ ସହାଣୀ ତାହା ପଇଠ କରିନଥିଲେ । ଶୁଣାଣୀ ସମୟରେ ସହାଣୀ ଆର୍ଥିକ ଦୃଷ୍ଠି ଦାରିଦ୍ର ସୀମାରେଖା ତଳେ ଏହି ବର୍ଗର ଲୋକ ହୋଇଥିବାରୁ ୧ହଜାର ୨ଶହ ୮ଟା ଦେବାର ବାଧ୍ୟନୁହେଁ ବୋଲି ସାହାଣୀ ସୂଚନା ମାଗିବା ସମୟରେ ବିପିଏଲ କାର୍ଡର ନକଲ ଦାଖଲ କରିଥିଲେ । ଏହା ମିଥ୍ୟା ବୋଲି ସୂଚନା କମିଶନର ରାୟ ପ୍ରକାଶ କରିଛନ୍ତି । ମାମଲାର ଶୁଣାଣୀ କରି ୧୫ ତାରିଖରେ ସୂଚନା କମିଶନର ଅବସରପ୍ରାପ୍ତ କର୍ମଚାରୀ ମିଶ୍ରଙ୍କୁ ଜୋରିମାନା ଦେବା ପାଇଁ ନିର୍ଦ୍ଦେଷ ଦେଇଛନ୍ତି । ଏହି ଅର୍ଥ ନିର୍ଦ୍ଦେଷ ୩୦ ଦିନ ମଧ୍ୟରେ ମିଶ୍ର ନଦେଲେ ତାଙ୍କ ପେନସନରୁ କାଟି ଜମା କରାଯିବା ଜିଲ୍ଲା ଶିକ୍ଷାଅଧିକାରୀ ନିର୍ଦ୍ଦେଷ ଦେଇଛନ୍ତି ।

Related Posts

About The Author

Add Comment