ସୁନ୍ଦରଗଡ଼ ତା: ୩୦/୨/୨୦୨୬( ସନ୍ଧାନ ନ୍ୟୁଜ) ସରକାରଙ୍କ ‘ସ୍ୱଚ୍ଛ ଭାରତ’ ଅଭିଯାନକୁ ଏଠି ଖୋଲାଖୋଲି ପରିହାସ କରାଯାଉଛି। ଲୋକଙ୍କ ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଶୌଚାଳୟ ତ ତିଆରି ହେଲା, କିନ୍ତୁ ଆଜି ତାହା ବ୍ୟବହାର ହୋଇପାରୁ ନାହିଁ । ଆମେ କହୁଛୁ କରମଡିହି ମୁଖ୍ୟ ରାସ୍ତା କଡ଼ରେ ଥିବା ସାର୍ବଜନୀନ ଶୌଚାଳୟ କଥା।
ସୁନ୍ଦରଗଡ଼-ଝାରସୁଗୁଡ଼ା ମୁଖ୍ୟ ରାସ୍ତାର ଅତି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି କରମଡିହି। ଦୈନିକ ହଜାର ହଜାର ଯାତ୍ରୀ ଓ ପଥଚାରୀ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ଯାତ୍ରୀଙ୍କ ସୁବିଧା ପାଇଁ ଏଠାରେ ଏକ ସାର୍ବଜନୀନ ଶୌଚାଳୟ ନିର୍ମାଣ କରାଯାଇଥିଲା। କିନ୍ତୁ ବିଶେଷ କରି ସେଥିରେ ତାଲା ଝୁଲୁଥିବା ଚିତ୍ର ଦେଖିବାକୁ ମିଳେ । ନା ଅଛି ପାଣିର ସୁବିଧା, ନା ଅଛି ଆଲୁଅ ର ଠିକ ସୁବିଧା । କବାଟ ଗୁଡ଼ିକ ଭଲ ଭାବରେ ରକ୍ଷଣାବେକ୍ଷଣ ହେଉ ନାହିଁ । ପରିପାର୍ଶ୍ଵ ଚାରିଆଡ଼େ ଅନାବନା ଗଛ ଲଟା ମାଡ଼ିବା ସହିତ କୁଡ଼ା ରେ ପରିପୂର୍ଣ ରହିଛି । ମହିଳା ଯାତ୍ରୀମାନେ ଏଠାରେ ସବୁଠାରୁ ଅଧିକ ହଇରାଣ ହେଉଥିବା ସୂଚନା ରହିଛି । ପରିଶ୍ରାଗାର ଅବସ୍ଥା ନ କହିବା ଭଲ । ଏଠି ଶୌଚାଳୟ ଅଛି ସତ, କିନ୍ତୁ କୌଣସି କାମର ନୁହେଁ। ସରକାର ଟଙ୍କା ତ ଖର୍ଚ୍ଚ କଲେ, ହେଲେ ଏହାର ରକ୍ଷଣାବେକ୍ଷଣ କିଏ କରିବ?” ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବାରମ୍ବାର କହିବା ପରେ ବି କର୍ତ୍ତୃପକ୍ଷ ଶୁଣୁନାହାନ୍ତି। ପ୍ରଶ୍ନ ଉଠୁଛି, ଯଦି ସୁବିଧା ଦେଇପାରିବେ ନାହିଁ, ତେବେ ଲକ୍ଷ ଲକ୍ଷ ଟଙ୍କାର ଜନସାଧାରଣଙ୍କ ପଇସା କାହିଁକି ପାଣିରେ ପକାଗଲା ତାହା ଏକ ବଡ ପ୍ରଶ୍ନ ? କରମଡିହିର ଏହି ଶୌଚାଳୟ କେବେ ସଜଡ଼ା ହେଉଛି ଏବଂ ପଥଚାରୀମାନେ କେବେ ଏହା ସୁଲଭ ହେବ , ତାହା ଦେଖିବାକୁ ବାକି ରହିଲା।
ଅପରିଷ୍କାର ପରିବେଶ ରେ ପଡ଼ି ରହିଛି କରମଡିହି ଶୌଚାଳୟ
|
March 30, 2026 |



