ସୁନ୍ଦରଗଡ ତା:୧୧/୮/୨୦୨୫(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ତଳସରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଟାଣୁଆ ନେତା ଭାବେ ପରିଚିତ ଥିବା ଶ୍ରୀ ଇଗ୍ନେସ କୁଜୁର ଙ୍କ ଆଜି ତାଙ୍କ ବାସ ଭବନରେ ପରଲୋକ ଘଟିଛି । ସୂଚନା ଅନୁସାରେ ଶ୍ରୀଯୁକ୍ତ କୁଜୁର ଦୀର୍ଘଦିନ ଧରି ଶଯ୍ୟା ରେ ପୀଡ଼ିତ ଥିଲେ । ଆଜି ସକାଳ ସମୟରେ ଅଞ୍ଚଳବାସୀ ସହ କଂଗ୍ରେସ କର୍ମୀ ଓ ପରିବାର ବର୍ଗ ଶେଷ ଦର୍ଶନ କରିଥିଲେ । ଶ୍ରୀଯୁକ୍ତ ଇଗ୍ନେସ କୁଜୁର ବିଗତ ଦିନରେ ଜଣେ ଅଞ୍ଚଳର ଦକ୍ଷ କଂଗ୍ରେସ କର୍ମୀ ଭାବରେ ଗଢି ତୋଳିବା ସହିତ ସବଡେଗା ପଞ୍ଚାୟତ ରେ ସରପଞ୍ଚ ଭାବରେ କାର୍ଯ୍ୟ ତୁଲାଇଥିବା ବେଳେ ଅନ୍ୟ ଯୋଜନାରେ ସବଡେଗା (କ) ଜୋନର ଜିଲ୍ଲା ପରିଷଦ ଭାବରେ କାର୍ଯ୍ୟ ତୁଲାଇ ନିଜର ଦକ୍ଷତା କୁ ନେଇ ଲୋକଙ୍କ ଅନେକ ହିତକାର୍ଯ୍ୟରେ ସବୁବେଳେ ସମର୍ପିତ ଥିଲେ । ତାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଅନେକ ଦିନରୁ ଶଯ୍ୟା ସାଇ ଥିବା କଂଗ୍ରେସ ର ଟାଣୁଆ ନେତାଙ୍କ ପରଲୋକ
|
August 12, 2025 |



