ଅନନ୍ୟ ଆଦର୍ଶ ଓ ସାଧନାର ପ୍ରତୀକ : ଶିକ୍ଷାବିତ୍ ଇଂ.ସୁରଜ କୁମାର ବେହେରା

Spread the love

କଟକ ସଦର  : ଶିକ୍ଷା ସମାଜର ଦର୍ପଣ ଆଉ ଆଦର୍ଶ ଶିକ୍ଷାବିତ୍ ସମାଜର ମାର୍ଗ ଦର୍ଶକ । ଆମ ସମାଜରେ ଅନେକ ମଣିଷ  ଅଛନ୍ତି ଯେଉଁ ମାନେ ସମାଜର ବିକାଶ ଦିଗରେ ସାଧନା ରତ ଆଉ ସଫଳ ମଧ୍ୟ । ଏହି ମର୍ମରେ ଉତ୍କଳ ମଣି ଗୋପବନ୍ଧୁ ଦାସ ଲେଖିଥିଲେ “ମାନବ ଜୀବନ ନୁହେଁ କେବଳ,ବର୍ଷ ମାସ ଦିନ ଦଣ୍ଡ,କର୍ମେ ଯିଏ ନର କର୍ମ ଏକା ତାର,ଜୀବନର ମାନଦଣ୍ଡ” । ସେହିଭଳି ଜଣେ ଯୁବ ସୁଲଭ ପ୍ରତିଭା,ଯୁବ ସଂଗଠକ, ଖ୍ୟାତି ସମ୍ପନ୍ନ ଯନ୍ତ୍ରୀ,କୃତୀ ଶିକ୍ଷକ ଇଂ.ସୁରଜ କୁମାର ବେହେରା ଅନ୍ୟତମ । ତାଂକ ଜନ୍ମ ୧୯୯୫ ମସିହା କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ ବରାଳ ଗ୍ରାମରେ ଯାହାଙ୍କ ପିତା ସ୍ବର୍ଗତ ଗଙ୍ଗାଧର ବେହେରା ଓ ମାତା ବୀଣାପାଣି ବେହେରା । ଛାତ୍ର ଜୀବନ ମହେନ୍ଦ୍ର ସ୍ମୃତି ନୀଳକଣ୍ଠ ନାଥ ବିଦ୍ୟାପୀଠ ବରାଳ,+୨ ବିଜ୍ଞାନ ସୁଦର୍ଶନ ମହାବିଦ୍ୟାଳୟ ୪୨ମୌଜା କଟକ ପରେ +୩ ବିଜ୍ଞାନ(ପି.ସି.ଏମ) ଅଳକା ମହାବିଦ୍ୟାଳୟ ଜଗତସିଂହପୁର ଏବଂ କଟକ ଭୁବନାନନ୍ଦ ଯାନ୍ତ୍ରିକ ବିଦ୍ୟାଳୟ ଇଲେକ୍ଟ୍ରିକାଲ ବିଭାଗରେ ଡିପ୍ଲୋମା ପାଠ୍ୟକ୍ରମ ଶେଷ କରିଛନ୍ତି । ଅଧୁନା ସେ ଶିକ୍ଷାଦାନ ସେବାରେ ବ୍ରତୀ ହୋଇ ଜଣେ ଆଦର୍ଶ ଶିକ୍ଷକ ଭାବେ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲ ବସୁନ୍ଧରା,ଗତିରାଉତପଟଣା ଠାରେ କାର୍ଯ୍ୟରତ । ଅଭାବୀ ପିଲା ମାନଙ୍କୁ ମାଗଣାରେ ସେ ଶିକ୍ଷା ଦାନ ସହ ଗୁଣାତ୍ମକ ଶିକ୍ଷାର ବିକାଶ,ବିଦ୍ୟାର୍ଥୀ ମାନଙ୍କ ଚରିତ୍ର ଗଠନ ଆଉ ସଂସ୍କାରବାଦୀ ହେବାକୁ ସର୍ବଦା ଧ୍ୟାନ ଦିୟନ୍ତି । ତାଂକ ନିଶା ସମାଜ ସେବା ଆଉ ସେ ଗଳ୍ପ ଲେଖିବା,କବିତା ଲେଖିବାରେ ସିଦ୍ଧହସ୍ତ । ସୁରଜଙ୍କ ସୃଷ୍ଟି ସମ୍ଭାର ମଧ୍ୟରେ ଲିଖିତ କିଛି ଗଳ୍ପ ଯାହାର ଶୀର୍ଷକ ହେଲା ଭୂତ ପଢିଲା ଇଂରାଜୀ,ଭଗବାନ ପାଖେ ଛାର ମାନବ,ଆଜିର ଯୁବ ପିଢ଼ି ସହ ମୋବାଇଲ୍ ଏବଂ କବିତା ଯାହାର ଶୀର୍ଷକ ହେ ଜଗନ୍ନାଥ,କୋରୋନାର କାୟାରୂପ,ପୂଜାରାଣୀ ଇତ୍ୟାଦି ଲେଖାମାନ ପ୍ରକାଶିତ ହୋଇଛି ।  ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ଓଡ଼ିଶା (ବିସିଟି)ର କଟକ ସଦର ଶାଖା ସଂଯୋଜକ ଭାବେ ସେବାରେ ବ୍ରତୀ । ସେ ରକ୍ତଦାନ(ଏ ଯାବତ୍ ୨୫ ଥର ସ୍ୱଚ୍ଛାକୃତ ରକ୍ତଦାନ),ଖାଦ୍ୟ ବଣ୍ଟନ, ବିଭିନ୍ନ ଚିକିତ୍ସାଳୟ ଓ ଆଶ୍ରମ ସଫେଇ କାର୍ଯ୍ୟ,ରୋଗୀ ସେବା,ନିଜ ଅଞ୍ଚଳରେ ବୃକ୍ଷରୋପଣ,ସ୍ବାସ୍ଥ୍ୟସେବା ଶିବିର ଆୟୋଜନ,ସାହିତ୍ୟ ସଂସ୍କୃତିର ବିକାଶ ଆଦି ଅନେକ ଜନ ମଙ୍ଗଳ କାର୍ଯ୍ୟର ଜଣେ ସୃଜନଶୀଳ ସ୍ରଷ୍ଟା । କଟକ ଜିଲ୍ଲା ତଥା ବିଭିନ୍ନ ଜିଲ୍ଲାର ବହୁ ସଙ୍ଗଠନ ସହ ସେ ଜଡିତ ଏବଂ ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ନେ଼ଇ ଦୟାନିଧି ପ୍ରତିଭା ବିକିଶ ପ୍ରତିଷ୍ଠାନ,ମା ବରୁଣେଇ ମହୋତ୍ସବ ପୂଜା କମିଟି,ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ଭଦ୍ରକ ସୋସିଆଲ ଗ୍ରୁପ୍,ଦୂର୍ଗୋତ୍ସବ କମିଟି କେନ୍ଦ୍ରାପଡ଼ା,ସ୍ୱାମୀଜୀ ଯୁବକ ସଂଘ ୪୨ ମୌଜା,ନେତାଜୀ ପରିଷଦ ବରାଳ ୪୨ ମୌଜା,ରିଫ୍ରେଶ ୱାର୍କର ଅଫ ଭଲେଣ୍ଟାରୀ ବ୍ଲଡ଼ ଡୋନେସନ୍ କ୍ୟାମ୍ପ ଭୁବନେଶ୍ବର,ସରସ୍ୱତୀ କଳା ପରିଷଦ କନ୍ଦରପୁର,କିଶନନଗର ଶିଶୁ ମଙ୍ଗଳ କ୍ଲବ ଆଦି ଅନେକ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ । ନିଜର ଗ୍ରାମ ଲକ୍ଷ୍ମୀ ନାରାୟଣ ମନ୍ଦିର,ବୁଢୀ ନାରାୟଣୀ ମନ୍ଦିର ଉନ୍ନତିକରଣ,ଦୋଳ ପୂର୍ଣ୍ଣିମା,କାର୍ତ୍ତିକ ପୂର୍ଣ୍ଣିମା ଆଉ ବହୁ ପର୍ବପର୍ବାଣୀରେ ସଂସ୍କୃତିର ସୁରକ୍ଷା ଆଉ ଅଧ୍ୟାତ୍ମିକଭକ୍ତି ଭାବନା ସହ ସେ ଜଡିତ ଆଉ ଜଣେ ସମାଜ ସଂସ୍କାରକ ।  ବିଦ୍ୟାଳୟ,ମହାବିଦ୍ୟାଳୟ ସ୍ତରରେ ମଧ୍ୟ ସେ ସଫଳ କ୍ରୀଡାବିତ୍ ଭାବେ ଅନେକ ପୁରସ୍କାର ଲାଭ କରିଛନ୍ତି।

Related Posts

About The Author

Add Comment