ସୁନ୍ଦରଗଡ଼ ତା:୧-୧୦-୨୦୨୬ରିଖ (ସନ୍ଧାନ ନ୍ୟୁଜ )ସରକାର ରାଜ୍ୟ ର ଗ୍ରାମାଞ୍ଚଳ ମାନଙ୍କରେ ଭାଗବତ ଟୁଙ୍ଗି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି କିନ୍ତୁ ଠିକାଦାର ମହାଶୟ ମାନେ ପକେଟ ଗରମ କରି କାର୍ଯ୍ୟ କୁ ଅଧପନ୍ତରିଆ କରି ଛାଡି ଦେଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ ବିରକାଳଡ଼ିହି ଖଡିଆ ପଡା ଠାରେ ତଲସରା ବିଧାୟକ ଙ୍କ ପାଣ୍ଠି ରୁ ଦଶ ଲକ୍ଷ ଟଙ୍କା ର ଅନୁଦାନ ରେ ସମିତି ଅନୁମୋଦନ କରିଥିବା ବେଳେ କାର୍ଯ୍ୟ ଟି ଅଧପନ୍ତରିଆ କରି ଛାଡି ଦେଇଥିବା ସୂଚନା ମିଳିଛି l ଏହି ଅଧପନ୍ତରିଆ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ବ୍ଲକ ପ୍ରଶାସନ ସହିତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।
ଅଧପନ୍ତରିଆ ଭାବରେ ପଡିଛି ବିରକାଳଡ଼ିହି ଖଡିଆ ପଡା ଭାଗବତ ଟୁଙ୍ଗି
|
October 1, 2026 |



