ଅଟୋ ଚାଳକଙ୍କ ମାନବିକତା ! ମନି ପର୍ସ ପାଇ ଫେରାଇଲେ

Spread the love

ରାଉରକେଲା, ୧୫/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଏବେ ବି ସମାଜରେ ଧର୍ମ,ନ୍ୟାୟ ଏବଂ ସଚ୍ଚୋଟ ପଣିଆ ବଂଚି ରହିଛି । ଯେଉଁ ମାନଙ୍କୁ ଛୁଇଁ ପାରି ନାହିଁ ଲୋଭ କିମ୍ବା ଅନ୍ୟ କିଛି । ରାସ୍ତାରେ ଲୋଭନୀୟ ପଦାର୍ଥକୁ ପାଇ ସଠିକ୍ ରୂପେ ସଠିକ ବ୍ୟକ୍ତି ପାଖରେ ପହଂଚାଇବାର ଏକ ସ୍ୱତନ୍ତ୍ର ଆନନ୍ଦ ଥାଏ ମାତ୍ର ହାତ ଗଣତି କେତେ ଜଣ ଯାଣନ୍ତି ସେଥି ମଧ୍ୟରୁ ସାରନଗରୀ ଅନ୍ତର୍ଗତ ଉକôଳ ନଗରୀର ଅଟୋ ଚାଳକ ଟୁଟୁ ପଣ୍ଡା ଅନ୍ୟତମ । ସୂଚନା ଯୋଗ୍ୟ ଯେ, ଟୁଟୁ ପଣ୍ଡା ଅଟୋ ନେଇ ଲାଠିକଟା ଅଭିମୁଖେ ଯାଉଥିବା ସମୟରେ ଜାତୀୟ ରାଜପଥ ୧୪୩ କାଟିନ ଛକ ଠାରେ ଏକ ମନି ପର୍ସ ପଡ଼ିଥିବା ଦେଖିବାକୁ ପାଇଥିଲେ । ଯେଇଁଥିରେ ଏକ ହଜାର ଟଙ୍କା ସହିତ ଦୁଇଟି ଏଟିଏମ କାର୍ଡ଼,କ୍ରେଡ଼ିଟ କାର୍ଡ଼,କିଶାନ କେଡ଼୍ରିଟ କାର୍ଡ଼,ଡ଼୍ରାଇଭିଂ ଲାଇସେନସ ଏବଂ ଗୁରୁତ୍ୱପୂର୍ଣ୍ଣ ଅଫିସ କାଗଜପତ୍ର ଥିଲାା ପର୍ସରୁ ମୋବାଇଲ ନମ୍ବର ସଂଗ୍ରହ କରି ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସଂଯୋଗ ହୋଇ ପାରି ନଥିଲାା ପର୍ସରେ ଥିବା ଅନ୍ୟାନ କାଗଜରୁ ଏହା ଲାଠିକଟା ବାଙ୍କି ବନାଚଂଳରେ କାର୍ଯ୍ୟରତ ରାଜେନ୍ଦ୍ର ଭେଙ୍ଗ୍ରାଙ୍କର ବୋଲି ଜଣା ପଡ଼ିଥିଲାା ଗତକାଲି ସକାଳେ ଶ୍ରୀ ପଣ୍ଡା ବାଙ୍କି କାର୍ଯ୍ୟାଳୟ ଯାଇ ଏହାକୁ ଉପସ୍ଥିତ ମହିଳା ବନରକ୍ଷୀଙ୍କୁ ହସ୍ତାନ୍ତର କରିଥିଲେ । ଶ୍ରୀ ପଣ୍ଡାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Related Posts

About The Author

Add Comment