ଅଟୋରେ ପିଲାଙ୍କୁ ଆଣିବା ଉପରେ କଟକଣା!

Spread the love
ଭୁବନେଶ୍ୱର, ୨୧/୨/୨୦ (ସନ୍ଧାନ ନିଉଜ) : ଏଣିକି ସ୍କୁଲ ପିଲାମାନଙ୍କୁ ଅଟୋରେ ନେବା ଆଣିବା କରାଯାଇ ପାରିବ ନାହିଁ। ବାରମ୍ବାର ଅଟୋ ଓଲଟି ପିଲା ମୃତ୍ୟୁ ବରଣ କରୁଥିବାରୁ ପରିବହନ ବିଭାଗ କଟକଣା ଲଗାଇଛି। ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଅଟୋରେ ସ୍କୁଲ ପିଲାଙ୍କୁ ନେବା ଆଣିବା କଲେ ସଂପୃକ୍ତ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡା ଗାଇଡଲାଇନ୍ ପାଳନ ନକଲେ ସ୍କୁଲ ବ୍ୟାନ ହେବ ବୋଲି ସେ ଚେତାବନୀ ଶୁଣାଇ ଥିବା ବେଳେ ନୂଆ ସ୍କୁଲ ଖୋଲିଲେ ପିଲାଙ୍କୁ ନେବା ଆଣିବା କରିବାକୁ ପରିବହନ ବିଭାଗର ଅନୁମତି ନେବାକୁ ପଡିବ ବୋଲି କହିଛନ୍ତି।

Related Posts

About The Author

Add Comment