ଜେନାପୁର, ୨୭/୧/୨୦ (ସନ୍ଧାନ ନିଉଜ ) : ଧର୍ମଶାଳା ବ୍ଲକ ଅଞ୍ଜିରା ପଂଚାୟତ କାର୍ଯ୍ୟାଳୟରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପଂଚାୟତର ସରପଂଚ ଜ୍ୱୋତିର୍ମୟୀ ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସରପଞ୍ଚଙ୍କ ଆମନ୍ତ୍ରଣରେ ନେତାଜୀ ସାମ୍ବାଦିକ ସଙ୍ଘର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ମାନେ ଏହି ଜାତୀୟ ପର୍ବରେ ଯୋଗ ଦେଇଥିଲେ । ସକାଳ ୭ ଘଟିକାରେ ଆୟୋଜିତ ସଭାରେ ପତାକା ଉତ୍ତୋଳନ କରାଯିବା ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ଅବସରରେ ସଙ୍ଘର ସଭାପତି, ସମ୍ପାଦକ , ଉପଦେଷ୍ଠା ଓ ସଦସ୍ୟ ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ନାଏବ ସରପଞ୍ଚ ସନ୍ତୋଷ କୁମାର ରାଉତ, ଜିଲା ପରିଷଦ ସଦସ୍ୟା ଶୁରେଖା ନାୟକ ପଂଚାୟତ ସଭାପତି ଅକ୍ଷୟ ପ୍ରଧାନ, ଗଙ୍ଗାଧର ପଣ୍ଡା, ବସନ୍ତ ଦାସ, ବରିଷ୍ଠ ନାଗରିକ କାଙ୍ଗାଳୀ ଚରଣ ସେଠି ଦୁସ୍ମନ୍ତ କୁମାର ବଳ ପଂଚାୟତର ଏମବିକେ ସତଭାମା ଦାସ, ଏବଂ ସମସ୍ତ ୱାର୍ଡ ସଭ୍ୟ ଯୋଗଦେଇ ଥିଲେ ।
ଅଞ୍ଜିରା ପଞ୍ଚାୟତ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ
|
January 27, 2020 |



