ସୁନ୍ଦରଗଡ଼, ୨୪/୧/୨୬ (ସନ୍ଧାନ ନ୍ୟୁଜ) : ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଥିବା ଧୂବେନ ଦାଣ୍ଡ, କୁସୁମୁରା ପଞ୍ଚାୟତ ର ସାଙ୍କୋ ବାହାଲ ରେ ଥିବା ଅଙ୍ଗନବାଡି ର ଅବସ୍ଥା ଖରାପ ଥିବା ବିଷୟ ଜନ ସାଧାରଣ ରେ ଲୋକ ଲୋଚନ ପ୍ରକାଶ ହୋଇଥିବା ବେଳେ ଆଉ କେତୋଟି ସ୍ଥାନ ରେ ଅଙ୍ଗନବାଡି ଅବସ୍ଥା ଖରାପ ଥିବା ଖବର ସାମ୍ନା କୁ ଆସିଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ ସଉନାମରା ଗ୍ରାମ ପଞ୍ଚାୟତ ର ଟାଙ୍ଗର ବାହାଲ ଗ୍ରାମ ରେ ଥିବା ଅଙ୍ଗନବାଡି ର ଅବସ୍ଥା ଖରାପ ଥିବା ବେଳେ ପାଖରେ ଥିବା ଗୋଷ୍ଠୀ କେନ୍ଦ୍ର ରେ ୪ବର୍ଷ ଛୋଟ ଛୋଟ ଶିଶୁ ମାନଙ୍କୁ ପାଠ ପଢ଼ାଇଲେ କିନ୍ତୁ ଦୁଃଖ ର ବିଷୟ ଶେଷ ରେ ଭଡା ଘର ନେଇ ଛୋଟ ଛୋଟ ଶିଶୁ ମାନଙ୍କୁ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି l ଅଙ୍ଗନବାଡି କେନ୍ଦ୍ର ର ଶିକ୍ଷୟିତ୍ରୀ ଙ୍କ କହିବା ଅନୁସାରେ ଏହି ଅଙ୍ଗନବାଡି କେନ୍ଦ୍ର ରେ ସର୍ବ ମୋଟ ଶିଶୁ ସଂଖ୍ୟା ୨୪ଥିବା ବେଳେ ଏଠାରେ ଗୋଟିଏ ଭଲ ଅଙ୍ଗନବାଡି କେନ୍ଦ୍ର ଟିଏ ନାହିଁ l ଶିଶୁ ମାନଙ୍କ ଖେଳିବା ପାଇଁ ଛୋଟ ପଡିଆ ଟିଏ ମଧ୍ୟ ଜାଗା ଆବଶ୍ୟକ ପଡିବ ବୋଲି ଅଙ୍ଗନବାଡି ଶିକ୍ଷୟିତ୍ରୀ ପ୍ରକାଶ କରିଥିବା ସୂଚନା ମିଳିଛି l ଗ୍ରାମବାସି ବାରମ୍ବାର ଲିଖିତ ଦରଖାସ୍ତ କଲେ ମଧ୍ୟ ପ୍ରଶାସନ ନିରବ ରହିଥିବା ସୂଚନା ରହିଛି । ଛୋଟ ଛୋଟ ଶିଶୁ ଦେଶର ଭବିଷ୍ୟତ ଥିବାବେଳେ ଆଜି ଭବିଷ୍ୟତ ଅନ୍ଧାରରେ ଥିବା ପ୍ରଶାସନ ପାଇଁ ଏକ ବଡ ପ୍ରଶ୍ନ? ଦେଖିବାକୁ ବାକି ରହିବ ଦେଶର ଭବିଷ୍ୟତ ପାଇଁ ଆଗାମୀ ଦିନରେ କେବେ ଦୃଷ୍ଟି ପଡ଼ିବ ।
ଅଙ୍ଗନବାଡି କେନ୍ଦ୍ର ଅବସ୍ଥା ଖରାପ, ଭଡା ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର
|
January 24, 2026 |



