ଅଗଷ୍ଟ ୧୭ରେ ଶେଷ ହେବ ବିଶ୍ୱର ସବୁଠାରୁ ଉଚ୍ଚ ଶିବ ମୂର୍ତ୍ତି

Spread the love

ଭୁବନେଶ୍ୱର, ୪/୬ (ସନ୍ଧାନ ନିୟୁଜ) ବିଶ୍ୱର ସବୁଠାରୁ ଉଚ୍ଚ ଓ ସବୁଠାରୁ ବିରାଟ ଶିବ ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଆସନ୍ତା ଅଗଷ୍ଟ ମାସ ୧୭ରେ ଶେଷ ହେବାକୁ ଯାଉଥିବା ଜାଣିବାକୁ ମିଳିଛି। ବିଶ୍ୱାସର ମୂର୍ତ୍ତି ବା ‘ଷ୍ଟାଚ୍ୟୁ ଅଫ୍‌ ବିଲିଫ୍‌’ ନାମରେ ନାମିତ ପ୍ରତ୍ୟେକ ହିନ୍ଦୁଙ୍କ ପରମ ଆରାଧ୍ୟ ଦେବତା ଶିବଙ୍କର ଏହି ବିଶ୍ୱର ସବୁଠାରୁ ଉଚ୍ଚ ଓ ସବୁଠାରୁ ବିରାଟ ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଏବେ ରାଜସ୍ଥାନର ନାଥଦ୍ୱାରା ସ୍ଥିତ ଗଣେଶ ଟିକ୍‌ରିରେ ନିର୍ମାଣ ଚାଲିଛି। ଏହି ମୂର୍ତ୍ତିର ଉଚ୍ଚତା ୩୫୧ ଫୁଟ ହୋଇଥିବା ବେଳେ ଏହାର ନିର୍ମାଣରେ ୨,୨୦୦ ଟନ୍‌ର ଷ୍ଟିଲ୍‌ ବ୍ୟବହାର କରାଯାଇଛି। ଏହା ହେବ ବିଶ୍ୱର ଚତୁର୍ଥ ସବୁଠାରୁ ଉଚ୍ଚ ଶିବ ମୂର୍ତ୍ତି।

୩୦୦ ବର୍ଗଫୁଟର ଜମି ଉପରେ ୧୧୦ ଫୁଟର ପରିଧି ଉପରେ ନିର୍ମିତ ଏହି ଶିବମୂର୍ତ୍ତିର କାନ୍ଧ ପର୍ଯ୍ୟନ୍ତ ଉଚ୍ଚତା ୨୬୦ ଫୁଟ ହୋଇଥିବା ବେଳେ ଶିବଙ୍କର ତ୍ରିଶୂଳର ଉଚ୍ଚତା ରହିଛି ୩୧୫ ଫୁଟ। ୨୦୧୨ରୁ ଏହି ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଏହି ମୂର୍ତ୍ତିର ନିର୍ମାଣ କାର୍ଯ୍ୟକୁ ଶେଷ କରିବା ପାଇଁ ୭୫୦ ଜଣ କାରିଗର ଦୀର୍ଘ ୬ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି

ଶିବଙ୍କର ଏହି ସୁଉଚ୍ଚ ମୂର୍ତ୍ତିକୁ ଦୀର୍ଘ ୨୦ କିଲୋମିଟର ଦୂରରୁ ମଧ୍ୟ ଦେଖିହେବ। ଏହି ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଏଥିରେ ବର୍ତ୍ତମାନ ଶେଷ ସ୍ପର୍ଶ ଦିଆ ଯାଉଛି।

Related Posts

About The Author

Add Comment