GROUP- D ପଦବୀ ପୂରଣ ପାଇଁ ଦାବି କଲା ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ

Spread the love

ରାଉରକେଲା, ୨୬/୮ (ସନ୍ଧାନ ନିଉଜ/ଏସ.ନାୟକ) : ରାଉରକେଲା ସରକାରୀ ହସ୍ପିଟାଲ ରାଉରକେଲାର ଲାଇପ ଲାଇନ କହିଲେ ଅତ୍ୟୁକ୍ତି ହେବନି । ମାତ୍ର ଦିନକୁ ଦିନ ଆରଜିଏଚରେ ଅବ୍ୟବସ୍ଥା ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି । ଆରଜିଏଚରେ ପୂର୍ବରୁ ୫୦ ଶଯ୍ୟା ଥିବା ବେଳେ, ତାହା ଏବେ ୧୨୮ ଶଯ୍ୟା ବିଶିଷ୍ଟ ହୋଇଛି । ବର୍ତମାନ ୩୫୦ ଶଯ୍ୟାରେ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଆରଜିଏଚରେ ଗ୍ରୁପଡ଼ି କର୍ମଚାରୀ ସଂଖ୍ୟା କମ ଥିବାରୁ ଅର୍ନ୍ତ ଓ ବର୍ହି ବିଭାଗରେ ପରିମଳ ବ୍ୟବସ୍ଥା ଏକ ପ୍ରକାର ଠପ ହୋଇ ଯାଇଛି ବୋଲି ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ ରାଉରକେଲା ଜୋନ ପକ୍ଷରୁ ଅଭିଯୋଗ ହୋଇଛି ।
ପୂର୍ବରୁ ୨୭ ଜଣ GROUP- D କର୍ମଚାରୀ କାର୍ୟ୍ୟ କରୁଥିବା ବେଳେ, ବର୍ତମାନ ଏହି ସଂଖ୍ୟା ୧୦ ହେବା ସହ ୧୭ ପଦବୀ ଖାଲି ରହିଛି ବୋଲି ଆଜି ଆରଜିଏଚ ପରିସରର ଆଇଏମ ହଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେଡ଼ିକାଲ କର୍ମଚାରୀ ସଂଘ ଅଭିଯୋଗ ଆଣିଛି । ସଂଘ ପକ୍ଷରୁ କୁହାଯାଇଛିଯେ, ଅର୍ନ୍ତବିଭାଗରେ ୧୦ଟି ଓ ବର୍ହିବିଭାଗରେ ୧୮ଟି ବିଭାଗ ରହିଛି । ଅର୍ନ୍ତବିଭାଗ ପାଇଁ ୩୫ ଜଣ, ବର୍ହିିବିଭାଗ ପାଇଁ ୩୨ ଜଣ ଓ ୪୦ ଜଣ ଝାଡ଼ୁଦାର (ମୋଟ ୧୨୮) ଜଣ ପଦବୀ ଯଥାଶୀଘ୍ର ପୁରଣ କରିବା ପାଇଁ ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ ଦାବି କରିଛି । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା ଆନନ୍ଦ ମହାନ୍ତି, ସମ୍ପାଦକ ପ୍ରମୋଦ ଦାସ, କୋଷାଧ୍ୟକ୍ଷ ବାବୁଲି ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment