ସେନାରେ ସାମିଲ ହେଲା ‘ଧନୁଷ’: ଚୀନ ଓ ପାକ୍‌ ସୀମାରେ ଶତ୍ରୁଙ୍କୁ କରିବ ଟାର୍ଗେଟ୍‌

Spread the love

ନୂଆଦିଲ୍ଲୀ, (୮/୪/ସନ୍ଧାନ ନିୟୁଜ): ଭାରତୀୟ ସେନାର ଶକ୍ତି ଓ ସାମର୍ଥ୍ୟକୁ ବଢ଼ାଇବା ପାଇଁ ଆଜିଠାରୁ ଦେଶର ପ୍ରଥମ ‘ଦେଶୀ ବୋଫୋର୍ସ’ ଧନୁଷ ୧୫୫ଏମ୍‌ଏମ୍‌/୪୫ କ୍ୟାଲିବରେ ଟୋଡ୍‌ ଗନ୍‌ ସିଷ୍ଟମକୁ ଜୋବଲପୁରଠାରେ ଅନୁଷ୍ଠାନିକ ଭାବେ ଭାରତୀୟ ସେନାରେ ସାମିଲ୍‌ କରାଯାଇଛି। ଏହାକୁ ଏବେ ସମସ୍ତ ପ୍ରକାର ଅଞ୍ଚଳରେ ନିୟୋଜିତ କରାଯାଇ ପାରିବ ବୋଲି ସୂଚନା ରହିଛି। ଏହି ସ୍ୱଦେଶୀ ତୋପ ନିର୍ମାଣ ପାଇଁ ଅତ୍ୟାଧୁନିକ ଯନ୍ତ୍ରକୌଶଳ ବ୍ୟବହାର କରାଯାଇଥିବା ସୂଚନା ରହିଛି।

ଏହି ଭାରତ ନିର୍ମିତ ତୋପକୁ ଏବେ ଭାରତ-ଚୀନ ଓ ଭାରତ-ପାକ୍‌ ସୀମାରେ ନିୟୋଜିତ କରାଯିବ ବୋଲି ରିପୋର୍ଟ ରହିଛି। ଦୂରରୁ ରହି ଶତ୍ରୁଙ୍କୁ ଟାର୍ଗେଟ କରିବାରେ ଏହି ତୋପ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ବୋଲି ଆଶା ରହିଛି। ବିଜେପି ସରକାର ଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ’ର ଏହା ହେଉଛି ପ୍ରଥମ ସ୍ୱଦେଶୀ ଲମ୍ବ ଦୂରଗମୀ ତୋପ। ପ୍ରାୟ ୩୮ କିଲୋମିଟରକୁ ଟାର୍ଗେଟ କରି ପାରୁଥିବା ଏହି ଧନୁଷରେ ୮୧ ପ୍ରତିଶତ ସ୍ୱଦେଶୀ ଯନ୍ତ୍ରକୌଶଳ ବ୍ୟବହୃତ ହୋଇଛି।

୧୯୯୯ ମସିହା କାର୍ଗିଲ୍‌ ଯୁଦ୍ଧରେ ବ୍ୟବହୃତ ହୋଇଥିବା ବୋଫର୍ସ ପରି ଏହା ଶକ୍ତିଶାଳୀ। ଏହି ତୋପ ଭିତରେ କମ୍ପ୍ୟୁଟର୍‌ ଓ ଇଲୋକ୍‌ଟ୍ରୋନିକ ଗୁଳି ଚାଳନା କ୍ଷମତ ରହିଛି। ଫଳରେ ଉଚିତ ସମୟରେ ଲକ୍ଷ୍ୟ ସାଧନ କରିପାରିବ। ଅନେକ ଦିନ ପୂର୍ବରୁ ଏଭଳି ଏକ ଶକ୍ତିଶାଳୀ ତୋପକୁ ଭାରତୀୟ ସେନାର ଅପେକ୍ଷା ରହିଥିଲା।

Related Posts

About The Author

Add Comment