ରବିବାର ଖୋଲା ରହିବ ବ୍ୟାଙ୍କ, ଗ୍ରାହକ ଉଠାଇ ପାରିବେ ଏହି ସେବା

Spread the love

ନୂଆଦିଲ୍ଲୀ , ୩୦/୩ (ସନ୍ଧାନ ନିୟୁଜ): ଆସନ୍ତା ରବିବାର ମାର୍ଚ୍ଚ ୩୧ରେ ଦେଶର ସମସ୍ତ ସରକାରୀ ନେଣଦେଣ କରୁଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କ୍‌ ଶାଖାଗୁଡିକ ଖୋଲା ରହିବ । ଏନେଇ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଏକ ନିର୍ଦ୍ଦେଶାନାମା ଜାରି କରିଥିଲା। ମାର୍ଚ୍ଚ ୩୧ରେ ଆର୍ଥିକ ବର୍ଷର ଶେଷ ଦିନ ହେଇଥିବାରୁ ବ୍ୟାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପେ ଏବଂ ଆକାଉଣ୍ଟ କାର୍ଯ୍ୟାଳୟଗୁଡ଼ିକ ରବିବାର ଖୋଲା ରଖିବାକୁ ଆରବିଆଇ ପକ୍ଷରୁ କୁହାଯାଇଛି ।

ଚଳିତ ଆର୍ଥିକ ବର୍ଷର ଶେଷ ଦିନ ରବିବାର ପଡୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାରୀ ନେଣଦେଣ କରୁଥିବା ବ୍ୟାଙ୍କଶାଖାଗୁଡ଼ିକୁ ଉକ୍ତ କାମ ସେହିଦିନ ଶେଷ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ରିଜର୍ଭ ବ୍ୟାଙ୍କ କହିଛି। ମାର୍ଚ୍ଚ ୩୦ ତାରିଖ ଦିନ ସରକାରୀ ନେଣଦେଣ ପାଇଁ ବ୍ୟାଙ୍କଗୁଡ଼ିକ ସେମାନଙ୍କ ନିର୍ଦ୍ଦଷ୍ଟ କାଉଣ୍ଟରକୁ ରାତି ୮ଟା ଏବଂ ୩୧ ତାରିଖରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ କୁହାଯାଇଛି।

ଆସନ୍ତକାଲି ସାଧାରଣ ଗ୍ରାହକ ମଧ୍ୟ ବ୍ୟାଙ୍କ ସମ୍ବନ୍ଧୀୟ କାମ କରିପାରିବେ । ଯଦି ସାଧାରଣ ଲୋକ ଚେକ ଜମା କରିବାକୁ ଚାହିିଁବେ ତାହା କରିପାରିବେ । ଏହାଛଡା ରବିବାର ଅନଲାଇନ ବ୍ୟାଙ୍କିଙ୍ଗ ସର୍ଭିସ ଯେପରିକି ଏନଇଏଫଟି, ଆରଟିଜିଏସ ସେବାର ମଧ୍ୟ ଲାଭ ଉଠାଇପାରିବେ ଗ୍ରାହକ । କାରଣ ଏହି ସେବା ପୂର୍ବରୁ ରବିବାର ବନ୍ଦ ରହିଥାଏ। ଏହାଛଡା ବ୍ୟାଙ୍କରେ ଜମା ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ କରିପାରିବେ ଗ୍ରାହକ ।

Related Posts

About The Author

Add Comment