କଟକ , ୧୯/୩ (ସନ୍ଧାନ ନିଉଜ) ରାଜ୍ୟ ସରକାର କଟକ ବାସୀଙ୍କ ପ୍ରତି କରିଥିବା ଅନ୍ୟାୟ ଓ ଅତ୍ୟାଚାର ତଥା ସ୍ଥାନୀୟ ବିଧାୟକ ଓ ମେୟରଙ୍କର କଟକ ବାସୀଙ୍କ ପ୍ରତି ଥୀବା ହୀନମାନସିକତା ଏବଂ କଟକ ରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଯେପରି କି ରାସ୍ତା ଘାଟ ନାଳ. ପରିମଳ ବ୍ୟବସ୍ତା. ମଶା ଉପପ୍ରଦ. ଜଣ୍ଡିସ ରୋଗ ରେ ସମଗ୍ର କଟକ ସହର ହସ୍ତସନ୍ତ ହୋଉଥିବା ବେଳେ ସ୍ଥାଣୁ ଅପାରଗ ଅନ୍ଧ ମୁକ ବଧିର ସରକାର କେନ୍ଦ୍ର ଯୋଜନା କୁ କାର୍ଯ୍ୟକାରି ନ କରି ନିଜର ବିଫଳତାକୁ ଲୁଚାଇବାକୂ ସୃଷ୍ଟି କରିଥିବା କିଛି ନକଲି ଯୋଜନା ମାଧ୍ୟ୍ୟମରେ ଜନତାକୁ ଭୂଆଁ ବୁଲାଉଛି ! ଏହାର ଦୃଢ ପ୍ରତିବାଦ ଓ ରାଜ୍ୟ ବଜେପିର ନିଷ୍ପତିକ୍ରମେ ବାରବାଟୀ ନିର୍ବାଚନ ମଣ୍ଡଳୀର 22 ଓ 25 ନଂ
ୱାର୍ଡରେ ଜନ ପରାମର୍ଶ ପଦ ଯାତ୍ରା ପରିକ୍ରମଣ କରି ଜନତାଙ୍କ ଠାରୁ ପରାମର୍ଶ ଗ୍ରହଣ କରାଯାଇଛି !ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେଙ୍କ ନେତୃତ୍ୱରେ ଓ ଅନ୍ୟନେତା ମାନଙ୍କ ଦ୍ୱାରା ଏହି ଭ୍ରମଣ ହୋଇଥିଲା !