ଡଙ୍କାରୀ ୧୪୪ ଧାରା ଅଂଚଳରେ ପୁଣି ପ୍ରସ୍ତୂତ ହେଲା ଖାଦାନ, ବସିଲା ଓଜନ କଣ୍ଟା
ଡଙ୍କାରୀ ୧୪୪ ଧାରା ଅଂଚଳରେ ପୁଣି ପ୍ରସ୍ତୂତ ହେଲା ଖାଦାନ, ବସିଲା ଓଜନ କଣ୍ଟା
Manas Kumar Rout |
March 18, 2019 |
![](https://sandhannews.com/wp-content/uploads/2019/03/20190317_145044.jpg)
ଧର୍ମଶାଳା ୧୮/୩(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଡଙ୍କାରୀ କଳାପଥର ପାହାଡରେ ମାଫିଆମାନଙ୍କ ବେଆଇନ ପଥର ଫୁଟାକୁ ରୋକିବାକୁ ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପକୁ ଭୃକ୍ଷେପ ନକରି ୧୪୪ଧାରା ବଳବତ୍ତର ଥିବାଜାଗାରେ ମାଫିଆମାନେ କାର୍ଯ୍ୟଆରମ୍ଭ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ନିଷିଦ୍ଧାଂଚଳରେ ପଶି ପଥର ମାଫିଆ ପ୍ରଶାସନ ଦ୍ୱାରା ଭଙ୍ଘା ଯାଇଥିବା ଓଜନ କଣ୍ଟାକୁ ସଜାଡି ଦେଇଥିବା ଦେଖିବାକୁ ମିଳିଛି । ଏବଂ ଖୁବ ଶିଘ୍ର କାର୍ଯ୍ୟ ଆରମ୍ଭ ର ସୁଚନା ପୁର୍ବକ ପୂଜାପାଠ କରିଥିବା ଜଣାଯାଇଛି ।
ଯାତୀୟ ସବୁଜ ପ୍ରାଧିକରଣ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ଜିଲ୍ଲା ପ୍ରଶାସନ ୧୪୪ଧାରା ଲାଗୁ କରିଥିଲୋ । ଏବଂ ବେଆଇନ ଜବରଦଖଲ ଜାଗାରେ ନିର୍ମାଣ କରାଯାଇଥିବା ଅନେକ ଗୁଡିଏ ଓଜନ କଣ୍ଟାକୁ ଭାଙ୍ଗି ଫୋପାଡି ଦେଇଥିଲେ । ମାତ୍ର ଦିନ କେଇଟାର ଅନ୍ତରରେ ପଥର ମାଫିଆ ମାନେ ସେହି କ୍ୱାରୀ ଉପରେ ଲାଗିଥିବା ନାଲି ପତକା କୁ ଆଡେଇ ପ୍ରଶାସନ ର ଆଇନ କୁ ଦଳିମକଚି ପୁନର୍ବାର ପଥର ଉତ୍ତୋଳନ କରିବା ପାଇଁ ପୁଜା ପାଠ କରିବା ସହ କାର୍ଯ୍ୟାରମ୍ଭ କରବାକୁ ପ୍ରଶାସନ ବିରୁଦ୍ଧରେ ଅଣ୍ଟା ଭିଡଥିବା ଅଭିଯୋଗ ହୋଇଛି ।
ଏଠାରେ ସୁଚନା ଯୋଗ୍ୟ ଗତ ମାସ ୫ ତାରିଖ ରେ ଜିଲ୍ଲାର ଏକ ସ୍ୱତନ୍ତ୍ର ଦଳ ଉକ୍ତ ଏରିଆକୁ ୧୪୪ ଜାରି କାରି ଅବରୋଧ ମୁକ୍ତ କରିଥିଲେ । ଦୀର୍ଘ ଦିନ ଧରି ପଥର ମାଫିଆ ମାନେ ଡଙ୍କାରୀରେ ଶହ ଶହ ଏକର ସରକାରୀ ଜାଗାକୁ ଜବର ଦଖଲ କରି ସେଥିରେ କ୍ରସର ଓ ଘର କରି ପଥର ବ୍ୟବସାୟ ଚଳାଇ ଆସିଥିଲେ । ଏନ ଜି ଟିର ହସ୍ତକ୍ଷେପ ଫଳରେ ସିଆ ର ଏକ ସ୍ୱତନ୍ତ୍ର ଦଳ ଡଙ୍କାରୀ ଗ୍ରସ୍ତ କରି ଏଠାରେ ଚାଲିଥିବା ବେଆଇନ କାରବାର କୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ କୁ ନିଦେ୍ର୍ଦଶ ଦେଇଥିଲେ । ଫଳରେ ଗତ କିଛିଦିନ ଧରି ଏହି ପାହାଡରେ ମାଫିଆ ମାନେ ପଥର ଉତ୍ତୋଳନ ବନ୍ଦ କରିଦେଇଥିଲେ । କିଛି ଦିନର ନିରବତା ପରେ ପୁନର୍ବାର ମାଫିଆ ମାନେ ନିଷିଦ୍ଧାଂଚଳରେ ପ୍ରବେଶ କରି ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଭଙ୍ଗା ଯାଇଥିବା କଣ୍ଟାକୁ ସଜାଡିବା ସହ ଆଗକୁ ପଥର ଉତ୍ତୋଳନ ପାଇଁ ସଜବାଜ ହେଉଥିବା ନିର୍ଭର ଯୋଗ୍ୟ ସୁତ୍ରରୁ ସୁଚନା ମିଳିଛି ।
ଏ ସମ୍ବନ୍ଧରେ ସ୍ଥାନୀୟ ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ ତାଙ୍କୁ ଜିିଲ୍ଲା ପ୍ରଶାସନ ତରଫରୁ କୌଣସ ନିଦେ୍ର୍ଦଶ ଦିଆଯାଇନାହିଁ କ୍ୱାରୀ ଉପରେ ଏବେ ମଧ୍ୟ ୧୪୪ ବଳବତ୍ତର ରହିଛି । ଯଦି କେହି ଆଇନ୍କୁ ଅମାନ୍ୟ କରି ସେପରି କରୁଥାଏ ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଆଗକୁ ସାଧାରଣ ନିର୍ବାଚନର ତାରିଖ ଘୋଷଣା ସରିଥିବାରୁ ପାହାଡରେ କାମ କରୁଥିବା ମାଫିଆମାନଙ୍କୁ ରାଜନୈତିକ ଦଳ ତରଫରୁ ଅଭୟ ଦାନ ମିଳିଯାଇଛି । ସେମାନେ କଳାଗ୍ରାନାଇଟ କାରବାର କରି ନିର୍ବାଚନୀ ଖର୍ଚ୍ଚ ତୁଲାଇବେ । ଏବଂ କର୍ମୀ ମାନଙ୍କର ଖର୍ଚ୍ଚ ବହନ କରିବେ ତେଣୁ ଆଇନ କୁ ଆଖିଠାର ମାରି ସେମାନେ ତାଙ୍କର କାର୍ଯ୍ୟ ଜାରି ରଖିବାକୁ ଚେଷ୍ଠା ଚଳାଇଛନ୍ତି ।
![](https://sandhannews.com/wp-content/uploads/2019/03/20190317_104347-300x169.jpg)
ଏ ସମ୍ବନ୍ଧରେ ମାମାଲା ସର୍ବୋଚ୍ଚ ନ୍ୟାୟାଳୟରେ ଅଛି ଏବଂ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ୨୫କୋଟି ଟଙ୍କା ଜମା କରିବାର ନିଦେ୍ର୍ଦଶ ରହିଛି । ଏପରିସ୍ଥଳେ ମାଫିଆ ମାନଙ୍କ ୧୪୪ ଧାରାର ଖୋଲା ଉଲଙ୍ଘନ ଓ ପଥର ଫୁଟାଇବାକୁ ସଜବାଜ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ସୃଷ୍ଟି କରିଛି । କଣ୍ଟା ମରାମତି କିପରି କରାଗଲା ତାର ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।
Related Posts
About The Author