କେନ୍ଦ୍ରାପଡା, ୧୪ /୩ (ସନ୍ଧାନ ନିୟୁଜ) ; ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ କାହିଁ କେତେ କଣ ଯୋଜନା କରିଛନ୍ତି ସତ କିନ୍ତୁ ବାସ୍ତବରେ ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନା । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ। କେନ୍ଦ୍ରାପଡା ଡେରାବିଶ୍ ବ୍ଲକ ଛୋଟୀ ଗ୍ରାମର ଧିରମଣି ଦାଶ୍ ।ଯାହାଙ୍କ ଦୁଃଖ କହିଲେ ନ ସରେ । ଚାରି ଚାରିଟା ପିଲାଙ୍କୁ ନେଇ ଭଙ୍ଗା କୁଡିଆରେ ଜୀବନ ଯାପନ କରୁଛନ୍ତି ଅସହାୟ ଧିରାମଣି ଙ୍କ ପରିବାର। ମାଟି କୁଡ଼ିଆର କବାଟ ଭାଙ୍ଗି ଯାଇଥିବା ସମୟରେ କାନ୍ଥ ଫାଟି ଆ କଲାନି।ଏମିତିକି ଏହି ଅସହାୟ ପରିବାରର ଚାଳ ଘରର ଛପର ଉଡିଯାଇଥିବା ହେତୁ ଦିନରେ ଖରା ରାତିରେ ତରା ଦେଖୁଛନ୍ତି ଧିରମଣି ଙ୍କ ପରିବାର। ମୂଲ କରି ପରିବାରକୁ ପ୍ରତିପୋଷଣ କରନ୍ତି ଧିରମଣି । ୦୬ ବର୍ଷ ପୂର୍ବରୁ ଧିରମଣି ଙ୍କ ସ୍ୱାମୀ ପାଗଳ ହୋଇ କୁଆଡେ ଚାଲିଯାଇଛନ୍ତି ଏ ପର୍ୟ୍ୟନ୍ତ ଖୋଜ ଖବର ନାହିଁ।ପିଲା ମାନଙ୍କୁ ଆଶ୍ରା କରି ବଞ୍ଚି ରହିଛନ୍ତି ଧିରାମଣି।ଧିରମଣି ଙ୍କର ଗୋଟିଏ ଆଠ ବର୍ଷର ପୁଅ ଓ ତିନି ଝିଅ ଘରେ ବସବାଶ କରନ୍ତି।ଧିରାମଣି ପିଲାଙ୍କ ମୁହଁରେ ଟିକିଏ ଦାନା ଦେବା ପାଇଁ ଛୋଟୀ ବିଦ୍ୟାଳୟରେ ପାଚିକା କାମ କରି ମାସକୁ ୧୫୦୦ ଟଙ୍କା ରୋଜଗାର କରନ୍ତି ।ସବୁଠାରୁ ଦୁଃଖର ବିଷୟ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନାହିଁ ।ଘର ଖଣ୍ଡିଏ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କର୍ଣ୍ଣପାତ କରୁନାହିଁ ପ୍ରଶାସନ ।ଏଠି ପ୍ରଶ୍ନ ଉଠେ ବାସ୍ତବରେ ସରକାରୀ ଯୋଜନା କାହାପାଇଁ ।
ଧିରମଣି ଦାସ ଇନ୍ଦିରା ଆବାଶ ପାଇବା ପାଇଁ ଯୋଗ୍ୟ ଯଦି ଉଚ ପଦବୀ ତଦନ୍ତ କରାଜୀବ ସରକାରଙ୍କ ସହଯୋଗରେ ଧିରାମଣି ଘରେ ଖଣ୍ଡିଏ ପାଇବେ ବୋଲି ମତ ରଖିଛନ୍ତି ସ୍ଥାନୀୟ ସରପଞ୍ଚ ।ଅନ୍ୟ ପଟେ ଡେରାବିଶ୍ BDO କହିଛନ୍ତି ଠିକ ଭାବରେ ଅଭିଯୋଗ କଲେ ବିଜୁ ପକା ଘର ନିମନ୍ତେ ଜିଲ୍ଲା ପାଳଙ୍କୁ ଆମେ କହିଛୁ । କରିବୁ।ତଦନ୍ତ କରି ଧିରାମଣି ଯଦି ପାଇବା ପାଇଁ ଯୋଗ୍ୟଥିବେ ଆମେ ଘର ଯୋଗାଇଦେବୁ । ତଳୁ ଉପର ଯାଏ ସମସ୍ତଙ୍କ ପାଖରେ ସରିଛି ଗୁହାରି ଏବେ କେବଳ ଦେଖିବାର କଥା ବିଡିଓ ମହୋଦୟ ନିଜେ କହିଥିବା କଥାକୁ କେତେ ଦୂର କାମରେ ଳଗାଉଛନ୍ତି ଓ ଏହି ଅସହାୟ ମହିଳାଙ୍କ ଦୂଖ ବା ମୁଣ୍ଡ ଗୁଞ୍ଜିବା ପାଇଁ କୋଠା ଘରଟିଏ କବେ ଯୋଗେଇ ଦେଉଛନ୍ତି ।

Share and Subscribe
Contact for Reporter Kendrapada ALl Block-9437819735



