ବଲାଙ୍ଗିର: ବେଲ ଗଛରୁ ମହିଳାଙ୍କ ମୃତଦେହ ଉଦ୍ଧାର

Spread the love

ବଲାଙ୍ଗିର, ୧୨ /୩ (ସନ୍ଧାନ ନିୟୁଜ/ ପି ରାଉତ) ପରକୀୟା ପ୍ରୀତିରୁ ମହିଳାଙ୍କୁ ହତ୍ୟା ଅଭିଯୋଗ। ଏହି ଅଭିଯୋଗ ବଲାଙ୍ଗିରରୁ ଆସିଛି। ବଲାଙ୍ଗିରର ଇଚ୍ଛାପଡ଼ା ନିକଟସ୍ଥ ସମଲେଇନଗରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ଖୁଣ୍ଟପାଲି ଗାଁର ବୋଲି କୁହାଯାଉଛି। ସେ ଗତକାଲି ଅପରାହ୍ନ ୪ଟାରୁ ଘରୁ ବାହାରି ଆସିଥିଲେ। କିନ୍ତୁ ଆଜି ସକାଳେ ରହସ୍ୟଜନକ ଭାବେ ସମଲେଇନଗରର ଏକ ବେଲଗଛରୁ ତାଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଛନ୍ତି।

ମୃତ ମହିଳା ଜଣକ ଗତକାଲି ନିଜର ପୁରୁଷ ବନ୍ଧୁଙ୍କ ସହ ଆସିଥିବା କୁହାଯାଉଛି । ତେବେ ପରିବାର ପକ୍ଷରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ପରିବାର ଲୋକଙ୍କ କହିବା ଅନୁଯାୟୀ ମହିଳା ଜଣକ ବିବାହିତ ହୋଇଥିବା ବେଳେ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ।

ଗତକାଲି ମହିଳା ଜଣକ ଘରେ ନଥିବା ବେଳେ ଆଜି ତାଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାରୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଏହା ହତ୍ୟା ନା ଆତ୍ମହତ୍ୟା ବର୍ତ୍ତମାନ ସୁଦ୍ଧା ପୁଲିସ ସ୍ପଷ୍ଟ କରିନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Posts

About The Author

Add Comment