ପଂଚାୟତରେ ଶାସକ ଦଳର କାର୍ଯ୍ୟାବଳୀକୁ ବିଜେପିର ନିନ୍ଦା

Spread the love
 ଚଣ୍ଡିଖୋଲ/କଂଟିଗଡିଆ, ୭/୩(ସନ୍ଧାନ ନିୟୁଜ): ପଂଚାୟତ ସ୍ତରରେକାର୍ଯ୍ୟ କରୁଥିବା ଅଙ୍ଗନବାଡି, ଆଶାକର୍ମୀ ଓ ପଂଚାୟତର ପିଅନକୁ ଶାସକ ଦଳ ନିଜର ଦଳୀ୍ୟ କାର୍ଯ୍ୟକ୍ରମକୁ ସାମିଲ କରୁଥିବାରୁ କଂଟିଗଡିଆ ପଂଚାୟତର ବିଜେପି ଏହାକୁ ଘୋର ନିନ୍ଦା କରିଛି । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟିର ପଂଚାୟତ ସଭାପତି ସୂର୍ଯ୍ୟମଣି ପଣ୍ଡା, ଚଳିତ ମାସ ୬ ତାରିଖରେ କଂଟିଗଡିଆ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଜେଡି ପକ୍ଷରୁ ଏକ ମହିଳା ଜନ ସଂପର୍କ କର୍ମୀ ସମ୍ମିଳନୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କିପରି ଅଧିକରୁ ଅଧିକ ମହିଳାମାନେ ଯୋଗଦେବେ ସେଥିପାଇଁ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ପଂଚାୟତ ସ୍ତରୀୟ ଏମ.ବି.କେ.ମହାଶୟା ଓ ପଂଚାୟତର ପିଅନକୁ ଶାସକ ଦଳ ନିୟୋଜିତ କରିଥିଲା ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ। ଯେଉାଁମାନେ ସଭାକୁ ନ ଆସିବେ ସେମାନଙ୍କୁ ସରକାରୀ ଅନୁଦାନ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଥିବା ବ୍ୟାଙ୍କ ଲୋନ ମଧ୍ୟ କାଟି ଦିଆଯିବ ବୋଲି ପରୋକ୍ଷରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ମାଧ୍ୟମରେ ଧମକ ଦିଆଯାଇଥିଲା ବୋଲି ସେ କହିଥିଲେ । ଦଳୀୟ କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନାବଡି କର୍ମୀ ମାନଙ୍କୁ ବାଧ୍ୟତା ମୂଳକ ଭାବେ ସାମିଲ କରୁଥିବାରୁ ବିଜେପି ଏହାକୁ ଦୃଢ ନିନ୍ଦା କରୁଛି ବୋଲି ସମ୍ମିଳନୀରେ ବିଜେପି କାର୍ଯ୍ୟକର୍ତା ମାନେ ପ୍ରକାଶ କରିଥିଲେ । ଗୋଟିଏ ପଟେ ରାଜ୍ୟ ସରକାର ନାରୀ ଶଶକ୍ତିକରଣ ନାମରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପ୍ରଲୋଭନ ଦେଖାଇ ସଭାକୁ ମହିଳା ମାନଙ୍କୁ ଜୋର ଜବର ଦସ୍ତ ନେବାକୁ ନେଇ ମଧ୍ୟ ସମ୍ମିଳନୀରେ ନିନ୍ଦା କରାଯାଇଥିଲା ।  ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସରପଂଚ ସଞ୍ଜିବ କୁମାର ଜେନା, ପଂଚାୟତ ବିଜେପି ଉପସଭାପତି ସୁର୍ଦଶନ ସ୍ୱାଇଁ, ବ୍ଳକ ସ୍ତରୀୟ ପ୍ରଭାରୀ ପ୍ରଫୁଲ କୁମାର ବେହେରା, ବିଚିତ୍ରାନନ୍ଦ ରାଉତ, ବିଚିତ୍ରାନନ୍ଦ ନାୟକ, ସନ୍ତୋଷ ମଳିକ, କେଶବ ମଳିକ, ପ୍ରସନ୍ନ ଜେନା, ପ୍ରଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ କାର୍ଯ୍ୟବଳୀକୁ ନିନ୍ଦା କରିଥିଲେ ।

Related Posts

About The Author

Add Comment