ବଡଚଣାରେ ବିଜେପିର ବିଜୟ ସଂକଳ୍ପ ଶୋଭାଯାତ୍ରା

ଚଣ୍ଡିଖୋଲ,୨/୩ (ସନ୍ଧାନ ନିଉଜ): ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତି ଅନୁଯାୟୀ ସମଗ୍ର ଦେଶରେ ବିଜେପିର ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି । ଏହି ଅବସରରେ ଆଜି ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସଭା ଥିବାରୁ ବିଜେପିର ଏହି ବାଇକ ଶୋଭାଯାତ୍ରା ଉଭୟ ଦଳର କର୍ମୀଙ୍କୁ ବେଶ୍ ଉସôାହୀତ କରିଛି । ଏହି ପରିପ୍ରେକ୍ଷୀରେ ଆଜି ୧୬ନମ୍ବର ଜାତୀୟ ରାଜପଥ ତଥା ବଡଚଣାର ପ୍ରବେଶ ପଥ ନେଳିଆ ଛକ ଠାରୁ ବାଲିଚନ୍ଦ୍ରପୁର ପର୍ଯ୍ୟନ୍ତ ଏକ ବିରାଟ ବାଇକ ଶୋଭାଯାତ୍ରା ବଡଚଣା ବିଜେପି ନେତା ଅମର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସକାଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବଡଚଣାର ବିଭିନ୍ନ ପଞ୍ଚାୟତରୁ ବିଜୁ ଜନତା ଦଳର କର୍ମୀ ମାନେ ବାଇକ ଶୋଭାଯାତ୍ରାରେ ଆସି ସଭା ସ୍ଥଳରେ ପହଞ୍ଚି ଥିବା ବେଳେ ବିଧାୟକ ଅମର ଶତପଥୀ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଶକ୍ତି ପଦର୍ଶନ ଦେଖାଇଥିଲେ । ସକାଳେ ବିଧାୟକ ଶ୍ରୀ ଶତପଥୀ ନିଜ ସମର୍ଥକଙ୍କୁ ନେଇ ଶକ୍ତି ପଦର୍ଶନ କରିଥିବା ବେଳେ ରାଜ୍ୟ ବିଜେପି ମୁଖପାତ୍ର ତଥା ବଡଚଣା ବିଜେପି ନେତା ଅମର ନାୟକ ବିଜେଡି ରାଲିକୁ କଡା ଟକ୍କର ଦେଇଥିଲେ । ଯାହାକୁ ନେଇ ବଡଚଣା ରାଜନୈତିକ ମହଲରେ ଏବେ ଅଙ୍କକଷା ଆରମ୍ଭ ହୋଇଯାଇଛି । ବିଜେପିର ଏହି ଶୋଭାଯାତ୍ରାରେ ହଜାର ହଜାର ବାଇକ ଜାତୀୟ ରାଜପଥରେ ଆସୁଥିବା ଦେଖି ବଡଚଣାରେ ରାଜନୈତିକ ଉସ୍ମତା ବୃଦ୍ଧି ପାଇଥିଲା । ଏଥର ନିର୍ବାଚନରେ କଡା ମୁକାବିଲା ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିରଂଜନ ସାହୁ, ପୂର୍ବତନ ଉପାଧ୍ୟକ୍ଷ ବିଚିତ୍ରା ନନ୍ଦ ମହାପାତ୍ର, ଅଶୋକ ସାମଲ, ସୋଲର ସରପଞ୍ଚ ନିଳମଣୀ ରାଉତ,ପୂର୍ବତନ ସରପଞ୍ଚ ରମେଶ ପୃଷ୍ଟି, ଜ୍ଞାନରଂଜନ ସାହୁ,ପୁର୍ଣ୍ଣିମା ମିଶ୍ର, ଦେବଜାନୀ ପ୍ରଧାନ, ନିରୁପମା ବେହେରା, ଲିପୁନା ସାମଲ, ହରିଶଙ୍କର ପଣ୍ଡା, ସମିତିସଭ୍ୟ ପ୍ରୀତମ ନାୟକ, ନୃସିଂହ ଓତା, ଶୁଭ୍ରାଶୁଂ ଶେଖର ସାହୁ ପ୍ରମୁଖ ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ ।
Related Posts
About The Author