ବାଲେଶ୍ୱର: କେକେଏସ୍ ମହିଳା କଲେଜ ଇତିହାସ ବିଭାଗର ଆଲୋଚନା ଚକ୍ର
ବାଲେଶ୍ୱର: କେକେଏସ୍ ମହିଳା କଲେଜ ଇତିହାସ ବିଭାଗର ଆଲୋଚନା ଚକ୍ର
Manas Kumar Rout |
February 27, 2019 |

ବାଲେଶ୍ୱର, ୨୭/୨(ସନ୍ଧାନ ନିଉଜ/, ଆର ଶତପଥି) ବାଲେଶ୍ୱରସ୍ଥିତ କେକେଏସ୍ ମହିଳା କଲେଜ ଇତିହାସ ବିଭାଗର ଏକ ଆଲୋଚନାଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । “ହିଷ୍ଟ୍ରି ଆଣ୍ଡ ହିଷ୍ଟ୍ରିଓଗ୍ରାଫି’ ଶୀର୍ଷକକୁ ନେଇ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ବାଲେଶ୍ୱର ମହାବିଦ୍ୟାଳୟର ଅଧ୍ୟାପକ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଶ୍ରେଷ୍ଠ ସ୍ନାତକୋତ୍ତର ଭାବେ ସ୍ୱର୍ଣ୍ଣପଦକ ହାସଲକାରୀ ଘନଶ୍ୟାମ ଗିରି ଯୋଗଦେଇ ଇତିହାସର ଲିଖନ ପ୍ରାଣୀଳର ପରିବର୍ତ୍ତିତ ଧାରା ସଂପର୍କରେ ସୂଚନା ଦେଇଥିଲେ । ଏହି ଶୀର୍ଷକରେ ସେ ଉପନିବେଶବାଦ ଇତିହାସ ଲିଖନ, ଜାତୀୟତାବାଦୀ ଇତିହାସ ଲିଖନ, ମାର୍କ୍ସବାଦୀ ଇତିହାସ ଲିଖନ ଏବଂ ସାଧାରଣ ଲୋକଙ୍କ ବିଷୟରେ ଇତିହାସ ଲିଖନ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । କଲେଜର ଅଧ୍ୟକ୍ଷ ଡ. କେଳାସନାଥ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡ. ରିଙ୍କି ବେହେରା ପ୍ରାରମ୍ଭିକ ସୂଚନା ଦେଇଥିଲେ । ବିଭାଗୀୟ ଅଧ୍ୟାପକ ରଶ୍ମିରଞ୍ଜନ ଶତପଥୀଙ୍କ ତତ୍ତ୍ୱାବଧାନରେ ବିଭାଗୀୟ ଅଧ୍ୟାପକଅଧ୍ୟାପିକା ଓ ଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ସୋନାଲିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Press Allow to subscribe our Channel and You tube also
Related Posts
About The Author