ଆଦର୍ଶ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା

Spread the love

ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ହେଉଛି ଭାରତ ଏବଂ ଏହି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ହେଉଛି ଗଣମାଧ୍ୟମ । ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୁମିକା ଅତୁଳନୀୟ ।ଗଣମାଧ୍ୟମ ହେଉଛି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସଂପର୍କର ସେତୁ । ସାଧାରଣ ଅର୍ଥରେ ଗଣମାଧ୍ୟମ କହିଲେ ଗଣ ଶଦ୍ଦର ଅର୍ଥ-‘ଜନସାଧାରଣ ’ ଏବଂ ମାଧ୍ୟମର ଅର୍ଥ ହେଉଛି – ‘ଯେଉଁ ପ୍ରକ୍ରିୟା ଦ୍ୱାରା ଏକ ଦୌନିକ ଖବର ତଥା ସୂଚନା ଅନ୍ୟମାନଙ୍କ ପାଖରେ ପହଂଚି ଥାଏ ତାହାକୁ ସାଧାରଣ ଭାବେ ମାଧ୍ୟମ କୁ୍ହାଯାଏ ’| ଅର୍ଥାତ ଜନସାଧାରଣଙ୍କ ମତର ପରିପ୍ରକାଶରେ ମୁଖ୍ୟଭୁମିକା ତୁଲାଉଥିବା ମାଧ୍ୟମକୁ ଗଣମାଧ୍ୟମ କୁହାଯାଏ । ବୃହତର ଅର୍ଥରେ ଗଣମାଧ୍ୟମ ଅର୍ଥ ହେଉଛି ସୂଚନା ,ତଥ୍ୟ ଓ ସମ୍ବାଦ ପରିବେଷଣ ଏବଂ ପ୍ରସାରଣ କରୁଥିବା ମାଧ୍ୟମ ଗୁଡିକ । ଏହି ମାଧ୍ୟମ ଦୁଇ ପ୍ରକାର, ଯଥା-ବୈଦୁତିକ ଗଣମାଧ୍ୟମ ଓ ଛପା ଗଣମାଧ୍ୟମ । ଜନତାଙ୍କ ସୁବିଧା ,ଅସୁବିଧା ଓ ବିଭିନ୍ନ ଦାବୀ ଗୁଡିକୁ ସମ୍ବାଦପତ୍ର ଓ ଗଣମାଧ୍ୟମ ମାଧ୍ୟମରେ ସରକାରଙ୍କ ପାଖରେ ପହଂଚାଇଥାଏ ।ଅପରପକ୍ଷେ ସରକାରଙ୍କ ନୀତି,ନିୟମ ଓ ଯୋଜନା ଗୁଡିକୁ ଗଣମାଧ୍ୟମ ଜରିଆରେ ଲୋକମାନଙ୍କ ପାଖରେ ପହଂଚାଇବା । ଗଣମାଧ୍ୟମ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ।ଗଣମାଧ୍ୟମର ଅନୁପସ୍ଥିତରେ ଦେଶରେ ଅନ୍ଧକାର ଖେଳିଯାଇଥାଏ । ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଆମ୍ବେମାନେ ଦେଶ ବିଦେଶର ଘଟଣାବଳୀ ଜାଣିପାରୁଛେ । ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ବିଶେଷ ଭୂମିକା ଥିବାରୁ ଏହାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ କୁହାଯାଏ । ସମାଜରେ ଯାହା ଘଟୁଛି ତାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବା ହେଉଛି ଗଣମାଧ୍ୟମର ଲକ୍ଷ୍ୟ ଓ ଉଦ୍ଧେଶ୍ୟ । ଭାରତରେ ୧୭୮୦ ମସିହାରେ ବେଙ୍ଗଲ ଗେଜେଟ୍ ନାମରେ ପ୍ରଥମ ଖବର କାଗଜ ପ୍ରକାଶ ପାଇଥିଲା । କର୍ମବୀର ଗୌରୀଶଙ୍କର ରାୟ ୧୯୬୬ ମସିହାରେ ଓଡିଆ ଖବରକାଗଜ ‘ଉତ୍କଳ ଦୀପିକା’ ପ୍ରକାଶ କରିଥିଲେ । ।ସମ୍ପ୍ରତି ଖବରକାଗଜ ଛାପିବାରେ ପୃଥିବୀରେ ଭାରତର ସ୍ଥାନ ଦ୍ୱିତୀୟ ରହିଅଛିା ପ୍ରତିଦିନ ଏଠାରେ ୧୧ କୋଟି ଖବରକାଗଜ ଛପାଯାଏ ବୋଲି ଏକ ସର୍ବେକ୍ଷଣରୁ ଜଣାପଡିଛି ।ଆମ ଦେଶରେ ଟେଲିଭିଜନ ୧୯୫୯ମସିହା ଠାରୁ ପ୍ରଚଳିତ ହୋଇଆସୁଅଛି । ଭାରତରେ ଗଣମାଧ୍ୟମର ସ୍ୱାଧିନତା ଅନେକ ।ସମ୍ବିଧାନର ୧୯ ଧାରାରେ ଗଣମାଧ୍ୟମ ମାନେ ସ୍ୱାଧିନ ଭାବରେ ଖବର ସଂଗ୍ରହ କରିବା ,ମତବ୍ୟକ୍ତ କରିବା ,ଭାବ ପ୍ରକାଶ କରିବାର ଅଧିକାର ଉପଭୋଗ କରିଥାନ୍ତି । ବାକ୍ ସ୍ୱାଧିନତା ଗଣତନ୍ତ୍ରର ମୂଳନୀତି । ବିଶ୍ୱର ପ୍ରଥମ ସାମ୍ବାଦିକଥିଲେ ମହାଭାରତ ଯୁଗର ସଂଜୟ ବୋଲି କୁହାଯାଏ । ସେ କୌରବ ଓ ପାଣ୍ଡବମାନଙ୍କୁ ସମ୍ବାଦ ପ୍ରେରଣ କରିଥିଲେ । ସେବେଠାରୁ ସାମ୍ବାଦିକମାନେ ଦିନରାତି କଷ୍ଟକରି ଖବର ସଂଗ୍ରହ କରିବାର ରାହା ପାଇଥିବା କୁହାଯାଏ । ସାମ୍ବାଦିକ ସର୍ବଦା ସତ୍ୟନିଷ୍ଠ ଭାବେ କାଯ୍ୟ ତୁଲାଇଥାନ୍ତି । ଗଣମାଧ୍ୟମ ଉପରେ ଜନସାଧାରଣଙ୍କ ପ୍ରଗାଢ ବିଶ୍ୱାସ ରହିଅଛିା ସେଥିପାଇଁ ଲୋକମାନେ ସମସ୍ତ ଖବର ଜାଣିବା ପାଇଁ ଗଣମାଧ୍ୟମ ଉପରେ ନିର୍ଭର କରନ୍ତି । ସମ୍ବାଦପତ୍ର ସମାଜର ଆଖି ଓ କାନ ହୋଇଥିବା ବେଳେ ସାମ୍ବାଦିକ ତାହାର ହୃଦୟ । ଜଣେ ସାମ୍ବାଦିକ ସାମ୍ବାଦିକତାକୁ ଧର୍ମ କରି ଜନସାଧାରଣଙ୍କୁ ସତ୍ୟନିଷ୍ଠ ଖବର ପ୍ରସାରଣ ପାଇଁ ଚେଷ୍ଟିତ ଥାଏ । ସାମ୍ବାଦିକତା ଗୋଟିଏ କ୍ଷେତ୍ର ,ଯେଉଁଥିରେ ସାମ୍ବାଦିକକୁ ପ୍ରତି ବିଭାଗ ବିଷୟରେ ଜ୍ଞାନ ଅର୍ଜନ କରିବାକୁ ପଡିଥାଏ । ସମାଜରେ ନୂତନ ,ପୁରାତନ ପ୍ରଥା ପରଂପରାଠାରୁ ଆରମ୍ବ କରି ଆଇନ୍,ନୀତି ଓ ନିୟମ ପର୍ଯ୍ୟନ୍ତ ତାକୁ ଜ୍ଞାନ ଅର୍ଜନ କରିବାକୁ ପଡେ । ଘାତପ୍ରତିଘାତ ସହ ଅକ୍ଲାନ୍ତ ପରିଶ୍ରମ ଦ୍ୱାରା କାଯ୍ୟ ତୁଲାଇଥାଏ । ସାମ୍ବାଦିକ ସତ୍ପଥରେ ନିଜ କଲମ ଚାଳନା କରି ଦୁର୍ନିତି ,ଭ୍ରଷ୍ଟାଚାର,ଅପାରଗତାକୁ ପଦାରେ ପକାଇଥାଏ । ସାମ୍ବାଦିକ ସର୍ବଦା ସକ୍ରିୟ ରହିବାସହ ଚତୁଃଦିଗକୁ ନଜରରେ ରଖିଥାଏ । ଲୋକଙ୍କୁ ବ୍ରେକିଙ୍ଗ ନ୍ୟୁଜ ଦେବାକୁ ଜଣେ ସାମ୍ବାଦିକ ସର୍ବଦା ପ୍ରସ୍ତୁତ ଥାଏ । ପ୍ରତିଦିନ ଖବରକାଗଜରେ ପ୍ରକାଶିତ ଖବର ଏହାର ଜ୍ଜଳନ୍ତ ଉଦାହରଣ ।ପୂର୍ବାପେକ୍ଷା ବର୍ତମାନ ସାମ୍ବାଦିକତାରେ ଅନ୍ୟ ବିଭାଗ ଭଳି ଉଚ୍ଚ ଦରମା ,ସମ୍ମାନ ଓ ଅନ୍ୟାନ୍ୟ ସୁବିଧା ମିଳୁଥିବାରୁ ଏହି କ୍ଷେତ୍ରକୁ ପ୍ରବେଶ ନିମନ୍ତେ ବହୁ ଛାତ୍ରଛାତ୍ରୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି ।ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ସାମ୍ବାଦିକ ଛାତ୍ରଛାତ୍ରୀମାନେ ,ଏବଂ ଅଧ୍ୟୟନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଏହାର ଉଦାହରଣ । ପୂର୍ବରୁ ସାମ୍ବାଦିକତା ପାଇଁ ଯଦିଓ କୌଣସି ନିଦ୍ଧିଷ୍ଟ ମାନଦଣ୍ଡ ନଥିଲା କିନ୍ତୁ କିଛି ବର୍ଷ ହେବ ସାମ୍ବାଦିକତା ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରିବା ସହ ଏହାର ଗୁରୁତ୍ୱ ବଢିବାରେ ଲାଗିଛି ।ସାମ୍ବାଦିକର ଖବର ପ୍ରକାଶ ଫଳରେ ସମାଜର ବହୁବିଧ ମଙ୍ଗଳସାଧନ ହୋଇପାରିଥାଏ । ମାତ୍ର ଅନେକ ସମୟରେ ସାମ୍ବାଦିକଙ୍କ ଖବର ପ୍ରକାଶ ଫଳରେ ବେଆଇନ୍ ଭାବେ କାର୍ଯ୍ୟକରୁଥିବା ଖଣିମାଫିଆ,ମଦବ୍ୟବସାୟୀ,ପ୍ରଶାସନିକ ଅଧିକାରୀ ,ଦାଗୀ ରାଜନେତାଙ୍କ ଗଳାବାଟ ବନ୍ଦ ହୋଇଯାଏ । ଫଳରେ ସେମାନେ ରକ୍ତମୁଖା ହୋଇ ସାମ୍ବାଦିକମାନଙ୍କୁ ଆକ୍ରମଣ,ଧମକ ଦେବା ,କଣ୍ଠରୋଧ ପାଇଁ ପ୍ରୟାସ କରିବା ପାଇଁ ପଛାନ୍ତି ନାହିଁ । ବେଳେବେଳେ ସେମାନେ ଆଇନ୍କୁ ହାତକୁ ନେଇ ଦଣ୍ଡିତ ହେବାପରେ ସାମ୍ବାଦିକଙ୍କ ଗୁରୁତ୍ୱ ବୁଝନ୍ତି ।ମାତ୍ର ସେତେବେଳକୁ ନେଡି ଗୁଡ କହୁଣିକୁ ବୋହି ଯାଇଥାଏ ।ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ , ଧମକ ,କନଥ ରୋଧ ପାଇଁ ପ୍ରୟାସ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଥାଏ ।ଏଣୁ ଏହାକୁ ବିଶ୍ୱସ୍ତରରେ ନିନ୍ଦା କରାଯାଇଥାଏ ।ରାଷ୍ଟ୍ର ଗଠନରେ ମୁଖ୍ୟ ଆୟୁଧ ଗଣମାଧ୍ୟମର ପ୍ରତିନିଧିଙ୍କୁ /ସାମ୍ବାଦିକମାନଙ୍କୁ ସହଯୋଗ କରିବା ସମସ୍ତଙ୍କର କର୍ତବ୍ୟ ହେଲେ ସମାଜର ବହୁବିଧ ମଙ୍ଗଳ ହେବା ସହ ଆଦର୍ଶ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ବଳିଷ୍ଠ ହୋଇପାରିବ ।

 

ଜୟେନ୍ଦ୍ର ବେହେରା 

ସାମ୍ବାଦିକ ଛାତ୍ର

Related Posts

About The Author

Add Comment