ବଡଚଣା ବ୍ଳକରେ ପିଠା ପାଇଁ ଭତ୍ତା ବଣ୍ଟନ ବନ୍ଦ, ହିତାଧିକାରୀ ହଟହଟା

Spread the love

ଚଣ୍ଡିଖୋଲ, ୧୯/୧(ସନ୍ଧାନ ନିୟୁଜ) -ରାଜ୍ୟ ସରକାରଙ୍କ କାଳିଆ ଓ ପିଠା ଯୋଜନା ପାଇଁ ମାସ ତମାମ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସରକାରଙ୍କ ବିଭିନ୍ ବିଭାଗର ଅଧିକାରୀ, ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଓ ସାଧାରଣ ଲୋକଙ୍କୁ ଆମନ୍ତ୍ରିତ କରାଯାଉଅଛି । ପିଠା ଯୋଜନା ମାଧ୍ୟମରେ ସରକାରଙ୍କ ବିଭିନନ୍ ଜନହିତକର ଯୋଜନା ସମ୍ପର୍କରେ ଅବଗତ କରାଯିବା ସହ ସାଧାରଣ ଲୋକଙ୍କ ଅଭିଯୋଗମାନ ଗ୍ରହଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । କାଳିଆ ପିଠା ଯୋଜନା ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାମ ପଂଚାୟତକୁ ୨୫ହଜାର ଟଙ୍କା ଲେଖାଁଏ ଅର୍ଥ ରାଶି ପ୍ରଦାନ କରାଯାଉଅଛି । ଏହି ଅର୍ଥରେ ସେମାନେ ଟେଂଟ, ସାଉଣ୍ଡ ଓ ଖାଦ୍ୟପେୟ ସହ ଅନ୍ୟାନ ବ୍ୟବସ୍ଥା ଗ୍ରହଣ କରିପାରିବେ । କିନ୍ତୁ ଯାଜପୁର ଜିଲ୍ଲା ବଡଚଣା ବ୍ଳକର କେତେକ ପଂଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଅନ୍ୟମାନଙ୍କ ସହିତ ମାସର ୧୫ତାରିଖ ବିଧବା, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତା ଦେବାରେ ସମୟ ଧାର୍ଯ୍ୟ କରାଯାଇଥିଲା ବେଳେ ପିଠା କାର୍ଯ୍ୟକ୍ରମରେ ଭତାହିତାଧିକାରୀଙ୍କୁ ଆସିବା ପାଇଁ ନିଦେ୍ର୍ଦଶ ପ୍ରଦାନ କରାଯାଉଅଛି । କେବଳ ଲୋକସଂଖ୍ୟା ବୃଦ୍ଧି ଉଦେ୍ଦଶ୍ୱରେ କେତେକ ପଂଚୟତ ହିତାଧିକାରୀ ମାନଙ୍କୁ ଭତା ଦେବା କହି ଡକାଯାଉଥିଲେ ବି ସେମାନଙ୍କୁ ତାହା ପ୍ରଦାନ କରାଯାଉ ନାହିଁ । ଏହି କାର୍ଯ୍ୟକ୍ରମ ପଂଚାୟତଠାରୁ ଦୂରରେ ଅନ୍ୟ ଯାଗାରେ କରାଯାଉଥିବାରୁ ସମୟ ଅଭାବ କହି ସେମାନଙ୍କୁ ଫେରାଇ ଦିଆଯିବା ସହ ଅନ୍ୟଦିନ ଆସି କାର୍ଯ୍ୟାଳୟରୁ ଭତା ନେବା ପାଇଁ କୁହାଯାଉଛି । ଦୂର ଦୂରାନ୍ତରରୁ ଆସୁଥିବା ବୁଦ୍ଧ, ବୁଦ୍ଧା ଓ ବିକଳାଙ୍ଗ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭତା ନପାଇବାରୁ ନିରାଶ ହୋଇ ଫେରୁଛନ୍ତି । ଏହି ବ୍ଳକ ଅଧିନସ୍ଥ ସୁଙ୍ଗୁଡା ପଂଚାୟତର ପିଠା କାର୍ଯ୍ୟକ୍ରମ ଚଣ୍ଡିଖୋଲ ଛକସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଗତ ମାସରେ ଏହିଭଳି ଅଭାବନୀୟ ପରିସ୍ଥିତିସୃଷ୍ଟି ହୋଇଥିଲେ । ପୁର୍ନବାର ଚଳିତ ମାସ ୨୦ତାରିଖ ଦିନ ସୁଙ୍ଗୁଡା ଗ୍ରାମ ସ୍ଥିତ ଏକ ସ୍କୁଲରେ ପିଠା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତା ରାଶିର ଚେକ ବଂଟନ, ଅଙ୍ଗନବାଡି କର୍ମୀ, ସହାୟିକା ମାନଙ୍କୁ ପୋ୍ରସôାହିତ ରାଶି ବଂଟନ ଓ ରାସନକାର୍ଡ ହିତାଧିକାରୀ ମାନଙ୍କୁ ଏଲିଡି ବଲ ବଂଟନ କରାଯିବାର ବ୍ୟବସ୍ଥା କରାଯାଇଅଛି । ଏହି କାର୍ଯ୍ୟକ୍ରମକୁ ଭତା ହିତାଧିକାରୀ ମାନଙ୍କୁ ଡକାଯାଇ ନିଦ୍ଦିଷ୍ଟ ତାରିଖର ୫ଦିନ ପରେ ପୁଣି କେଉଁଭଳି ଢଙ୍ଗରେ ଭତା ଦିଆଯିବ ନା ସେମାନେ ନିରାଶ ହୋଇ ଫେରିବେ । ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସଂପର୍କରେ ସ୍ଥାନୀୟ ବିଡିଓଙ୍କୁ ପଚାରିବାରୁ ସେ କହିଥିଲେ ଏଭଳି ଅଭିଯୋଗ ମୋ ପାଖକୁ ଆସିନାହିଁ । ମୁଁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବି ।

Report- Anita Behera, Badachana

Related Posts

About The Author

Add Comment