ନୂଆଦିଲ୍ଲୀ,୪/୧ (ସନ୍ଧାନ ନିୟୁଜ) : ପୂର୍ବରୁ ଟ୍ରେନରେ ଯାତ୍ରୀମାନଙ୍କ ଖାଇବାର ମାନ ଠିକ୍ ରଖିବା ଠାରୁ ଆରମ୍ଭ କରି ସେମାନେ ଯାତ୍ରା ସମୟରେ କିପରି ସୁରକ୍ଷିତ ରହି ପାରିବେ ସେ ନେଇ ଅନେକ ସୁବିଧା ଭାରତୀୟ ରେଳ ତରଫରୁ କରାଯାଇଥିଲା । ଏବେ ଭାରତୀୟ ରେଳ ଯାତ୍ରୀମାନଙ୍କ ଆରାମଦାୟକ ଯାତ୍ରା ପାଇଁ ଅତ୍ୟାଧୁନିକ କୋଚ୍ର ବ୍ୟବସ୍ଥା କରିବାକୁ ଯାଉଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଦୂରଗାମୀ ଟ୍ରେନ୍ରେ ପୂର୍ବରୁ ଥିବା ପୁରୁଣା କୋଚ୍କୁ ବଦଳା ଯାଇ ନୂଆ ଧରଣରର ଆରାମ ଦାୟକ କୋଚ୍ ଲଗାଯିବ ବୋଲି ଶୁକ୍ରବାର ରାଜ୍ୟସଭାରେ କହିଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋୟଲ । ଲିନ୍କେ ହଫ୍ମୈନ୍ ବୁଶ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଅତ୍ୟାଧୁନିକ କୋଚ୍କୁ ଦୂରଗାମୀ ଟ୍ରେନ୍ରେ ଲଗାଯିବଯାହା ଦ୍ୱାରା ଯାତ୍ରୀମାନେ ପୂର୍ବ ଅପେକ୍ଷା ଅଧିକ ଆରାମରେ ଯାତ୍ରା କରି ପାରିବେ ବୋଲି ପୀୟୁଷ ଗୋୟଲ କହିଥିଲେ ।