ବିଶିଷ୍ଟ କମୁ୍ୟନିଷ୍ଟ ନେତା କମ୍ରେଡ କାହ୍ନୁଚରଣ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା

Spread the love

ଯାଜପୁର ୨୯/୧୨ (ସନ୍ଧାନ ନିୟୁଜ) ଯାଜପୁର ଜିଲା ବଡଚଣା ବ୍ଳକର ବିଶିଷ୍ଟ କମୁ୍ୟନିଷ୍ଟ ନେତା କମ୍ରେଡ଼ କାହ୍ନୁ ଚରଣ ଜେନାଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଖୋସାଲିପୁର ସ୍ଥିତ ତାଙ୍କ ନିଜ ଗ୍ରାମରେ ଅନୁଷ୍ଟିତ ହୋଇଥିଲା । କମ୍ରେଡ଼୍ ଇଶ୍ୱର ଚନ୍ଦ୍ର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭାରେ ବଡ଼ଚଣା ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥି, କମ୍ରେଡ଼ ଦିବାକର ବିଶ୍ୱାଳ, କମ୍ରେଡ ଭୁପେନ ଶାହା, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ପୂର୍ବତନ ସାଂସଦ ମୋହନ ଜେନା, ଯୁବନେତା ଜନ୍ମେଜୟ ଲେଙ୍କା, ବିଜେପି ରାଜ୍ୟ ପ୍ରବକ୍ତା ଅମର ନାୟକ, କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାକର ଶତପଥି, ବିଜେଡ଼ି ଜିଲା ସମ୍ପାଦକ ପ୍ରୀୟନାଥ ମହାପାତ୍ର, ଶିକ୍ଷାବିତ୍ ବିନାୟକ ନାୟକ, ଗୋପିନାଥ ମହାପାତ୍ର, ନିରଞ୍ଜନ ସାହୁ,କମ୍ରେଡ ଯଚୀନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଶ୍ରୀ ଜେନାଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ସାମ୍ୟବାଦୀ ଚିନ୍ତାଧାରା ଜରିଆରେ ସମଗ୍ର ଅଂଚଳରେ ବହୁ ସାମାଜିକ ଓ ସଂସ୍କାର ମୂଳକ କାର୍ଯ୍ୟ ହୋଇଥିବା ମତ ରଖିଥିଲେ ।

Related Posts

About The Author

Add Comment