ସୁନ୍ଦରଗଡ଼ ତା:୨୮-୧୧-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ପ୍ରତ୍ୟେକ ଗ୍ରାମାଞ୍ଚଳରେ ଆମ ଗାଁ ଆମ ଓଡିଶା କାମ କୁ ନେଇ ଉଠିଛି ପ୍ରଶ୍ନ l ଆମ ଗାଁ ଆମ ବିକାଶ କାମରେ ଚାଲିଛି ଘୋର ଦୁର୍ନୀତି l ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ଅନେକ ପ୍ରକାର ଯୋଜନା କରି ଅଞ୍ଚଳର ବିକାଶ ଧାରାକୁ ଆଗେଇ ନେବା ପାଇଁ ଚାହୁଁଛନ୍ତି କିନ୍ତୁ ଅଞ୍ଚଳର ଠିକାଦାର ଓ ଶାସକ ଦଳର ଥିବା ଅଞ୍ଚଳ ର ପ୍ରତିନିଧିମାନେ ଏହି କାମ ଗୁଡିକୁ ଅତି ନିମ୍ନମାନ ର ତିଆରି କରି ଟଙ୍କା ହଡପ କରି ପକେଟ ଗରମ କରିବାରେ ଲାଗିଛନ୍ତି l ବିକାଶ କାର୍ଯ୍ୟ ଶାସକ ଦଳର ଅଞ୍ଚଳ ପ୍ରତିନିଧିଙ୍କ ଦ୍ଵାରା ହେଉଥିବା ବେଳେ ତାର ରିମୋଟ କଣ୍ଟ୍ରୋଲ ବିଧାୟକଙ୍କ ପାଖରେ ରହିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।, ବ୍ଲକ ପ୍ରଶାସନ କୁ ନିଜ ପକେଟ ରେ ପୁରାଇ ଏପରି ଦୁର୍ନୀତି ଉପରେ ଦୁର୍ନୀତି କରିବାରେ ଲାଗିଥିବା ସ୍ଥାନିୟ ଅଞ୍ଚଳବାସୀ ସୂତ୍ରରୁ ପ୍ରକାଶ l ଏପରି ଦୁର୍ନୀତି ହୋଇଥିବା କାମ ଦେଖିବାକୁ ମିଳିଛି ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତର ରେଙ୍ଗାଲି ଡ୍ୟାମ ନିକଟରେ ନିର୍ମାଣ କାର୍ଯ୍ୟରତ ସାଂସ୍କୃତିକ କାର୍ଯ୍ୟକଳାପ କେନ୍ଦ୍ର ନିର୍ମାଣ ରେ l ଯାହାର ଆରମ୍ଭ ତାରିଖ ସୂଚନା ଫଳରେ ନ ଥିବା ବେଳେ ଏହି କାମ ର ଅଟକଳ ପରିମାଣ ଦଶ ଲକ୍ଷ ଥିବା ଦର୍ଶାଯାଇଛି । ଏହି କାର୍ଯ୍ୟ ଟି ବାଲିଶଙ୍କରା ପଞ୍ଚାୟତ ସମିତି ଫଣ୍ଡ ରୁ ହେଉଥିବା ସୂଚନା ରେ ଦର୍ଶାଇଥିବା ବେଳେ ବିଭାଗୀୟ ଜେଇ କାର୍ଯ୍ୟରେ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି । ରେଙ୍ଗାଲି ଡ୍ୟାମ ନିରୋଳା ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକଳାପ କେନ୍ଦ୍ର ନିର୍ମାଣ କରି କେଉଁ ସଂସ୍କୃତି ର ବିକାଶ ହେବ ତାହା ଏକ ବଡ ପ୍ରଶ୍ନ ପାଲଟିଛି ଅଞ୍ଚଳବାସୀଙ୍କ ପାଇଁ। ଏହାର କିଏ ଜବାବ ଦେବ ନା ସରକାରଙ୍କ ଅଞ୍ଚଳ ସହିତ ଗାଁ ପ୍ରତିନିଧି ପୋଷା ନୀତି? କିଏ ଏହି ନିରୋଳା ସ୍ଥାନରେ କାର୍ଯ୍ୟର ଅନୁମତି ଦେଲା ତାହା ସାଧାରଣରେ ଚର୍ଚ୍ଚା ହେଉଛି । ଦେଖିବାକୁ ବାକି ରହିଲା ଲୋକଙ୍କ ଟିକସ ଟଙ୍କାରେ ଗାଁ ର କେବେ ବିକାଶ ହେବ ।
ରେଙ୍ଗାଲି ଡ୍ୟାମ ନିକଟରେ ସାଂସ୍କୃତିକ କାର୍ଯ୍ୟକଳାପ କେନ୍ଦ୍ର ନିର୍ମାଣରେ ଦୁର୍ନୀତି, ସରକାରର ଗାଁ ରେ ଥିବା ପ୍ରତିନିଧି ପୋଷା ନୀତି କି?
|
November 28, 2026 |



