ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ, ଯାଜପୁର ଶାଖା ଆନୁକୂଲ୍ୟରେ ଜାତୀୟ ଗଣମାଧ୍ୟମ ଦିବସ ପାଳିତ

Spread the love

ଯାଜପୁର.: ୧୭/୧୧/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲା କୁଆଖିଆ ସ୍ଥିତ ଏସ ଏସ  ମଣ୍ଡପ ଠାରେ  ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ, ଯାଜପୁର ଶାଖା ଆନୁକୂଲ୍ୟରେ ଓ ବାସନ୍ତୀ ଚ୍ୟାରିଟେବଲ ଟ୍ରଷ୍ଟ, ରସୁଲପୁର ଏବଂ ରସୁଲପୁର  ପ୍ରେସ ଫୋରମ, କୁଆଖିଆ  ସହଭାଗିତାରେ ଓ. ୟୁ. ଜେ, ଯାଜପୁର ଶାଖା ସଭାପତି ସାମ୍ବାଦିକ ରଞ୍ଜିତ ରାଉତଙ୍କ ସଭାପତିତ୍ବରେ ଜାତୀୟ ଗଣମାଧ୍ୟମ ଦିବସ ପାଳିତ ହୋଇଯାଇଛି। ଉତ୍ସବରେ  ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ କାନନ ବିହାରୀ ଦାସ, ମୁଖ୍ୟ ବକ୍ତା ଭାବେ ଓଡିଶା ରିପୋର୍ଟର୍ସ, ଭୁବନେଶ୍ୱର ର ସୁଶ୍ରୀ ସ୍ଵାତି ଜେନା, ସମ୍ମାନିତ ଅତିଥି ଭାବେ ଯାଜପୁର ମିରର ର ପ୍ରତିଷ୍ଠାତା ସଂପାଦକ ଶ୍ରୀ ଅଭୟ ପତି, ଓ. ୟୁ. ଜେ ର ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶ୍ରୀ ଆଦିତ୍ୟ ମେକାପ , ବାସନ୍ତୀ ଚ୍ୟାରିଟେବଲ ଟ୍ରଷ୍ଟ ର ସଂପାଦକ ଶ୍ରୀ ଜନ୍ମେଜୟ ସାହୁ,ଓ. ୟୁ. ଜେ, ଯାଜପୁର ଶାଖା ସମ୍ପାଦକ ଶ୍ରୀ ତପନ ମହାନ୍ତି ପ୍ରମୁଖ ଯୋଗ ଦେଇ ” ସାମ୍ବାଦିକତା :-  ଆକାଂକ୍ଷିତ ଜନ ଆଦୃତି ନା ଉତ୍ତର ଦାୟୀତ୍ୱ?”ଶୀର୍ଷକ ଆଲୋଚନା ଚକ୍ର ରେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ସାମ୍ବାଦିକ ଶ୍ରୀ ଦେଵୀ ପ୍ରସନ ନାୟକଙ୍କ ସଂଯୋଜନା ରେ ଅନୁଷ୍ଠିତ ଉତ୍ସବ ରେ ଯାଜପୁର ଜିଲ୍ଲା ର ସମସ୍ତ ବ୍ଲକରୁ ବହୁ ସାମ୍ବାଦିକ  ଯୋଗ ଦେଇଥିବା ବେଳେ ସମସ୍ତ ସାମ୍ବାଦିକ ଙ୍କୁ  ବାସନ୍ତି ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଉପହାର ପ୍ରଦାନ କରା ଯାଇଥିଲା  ଏବଂ ମଁଚାସୀନ ଅତିଥି ମାନଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା l ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ଶତପଥି ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ସାମ୍ବାଦିକ ଗଗନ ଦାସ,ବିଶ୍ୱଜିତ ନାୟକ, ପ୍ରକାଶ ସାହୁ, ରାଜତିଳକ ମହାନ୍ତି, ସୁଶାନ୍ତ ଗୋଛାୟତ ସମରଜିତ ଦାସ ପ୍ରମୁଖ ତଥା  ବାସନ୍ତି ଚାରିଟେବଲ ଟ୍ରଷ୍ଟ ର ସଦସ୍ୟ ମାନେ ସହଯୋଗ କରିଥିଲେl

Related Posts

About The Author

Add Comment