ସୁନ୍ଦରଗଡ ତା;୫/୧୧/୨୦୨୬( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ଦର୍ଲିପାଳୀ ଅଞ୍ଚଳର ରାଇଜ ସଂଗଠନର ଯୁବକ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି ।ଏହା ପଛରେ କିଏ? କ’ଣ ରହିଛି ରହସ୍ୟ? ଆସ୍ ବା ପାଉଁଶ ଗୁଣ୍ଡ ବୋଝେଇ ଟ୍ରକ୍ରୁ ଟଙ୍କା ଆଦାୟକୁ ନେଇ ଘଟିଛି ଏହି ରକ୍ତାକ୍ତ ହତ୍ୟାକାଣ୍ଡ ବୋଲି ସୂତ୍ରରୁ ପ୍ରକାଶ । ସଂଗଠନ ନାଁରେ କୌଣସି ନିରୀହ ଯୁବକ ବଳି ପଡ଼ି ଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡିଛି । ବାରମ୍ବାର ଆସ ବ୍ୟବସାୟ କୁ ନେଇ ଜୀବନ ଯିବାର ଆଶଙ୍କା ବଢ଼ୁଥିବାବେଳେ ଆଜି ଏକ ନିରୀହ ଜୀବନ ବଳି ପଡ଼ିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏଥିରେ ପ୍ରଶାସନ ବିଭାଗ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଦେବାକୁ ଦାବି ହେଉଛି ।ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିବା ସହ ଏହାର ତଦନ୍ତ ଆରମ୍ଭ କରିଛି ।



