ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ

Spread the love

ସୁନ୍ଦରଗଡ ତା:୧୭/୧୦/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ରାଜା ବଙ୍ଗଳା ଖେଳପଡ଼ିଆରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା କୁଇଲେରମୁଣ୍ଡା ଓ ଚାନ୍ଦନୀଚୌକ ଦେଇ ଅଗ୍ରସର ହୋଇଥିଲା। ଏହି ଅବସରରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ କର୍ମୀମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଥିଲା। ବାଲିଶଙ୍କରା ବ୍ଲକ ବିଜେଡି ସଭାପତି ରାଜକୁମାର ଶତପଥୀଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରାରେ ସୁନ୍ଦରଗଡ଼ ସଦର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଯୋଗେଶ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ଉପସଭାପତି ଅମୀୟ ପ୍ରଧାନ, ଜିଲ୍ଲା ବିଜେଡିରାଜ୍ୟ ଆଦିବାସୀ ସେଲ୍‌ ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ମାଝୀ, ସମ୍ପାଦକ ହୃଦାନନ୍ଦ ବାରିକ, ଜିଲ୍ଲା ସାଧାରଣ ସମ୍ପାଦକ ଶିଶିର ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ଅରୁଣ ଦୀକ୍ଷିତ, ସଦର ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ନାଏକ ଏବଂ ବାଲିଶଙ୍କରା ବ୍ଲକ ଯୁବ ସଭାପତି ପ୍ରକାଶ ଦାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ବକ୍ତାମାନେ ରାଜ୍ୟର ବିଜେପି ସରକାରଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ସରକାରଙ୍କ ପକ୍ଷରୁ ଘୋଷଣା ଅଧିକ ହେଉଥିବା ବେଳେ କାର୍ଯ୍ୟକ୍ଷେତ୍ରରେ ଆଶାନୁରୂପ ଅଗ୍ରଗତି ହେଉନାହିଁ। ତୃଣମୂଳ ସ୍ତରରେ ଦଳର ସଂଗଠନକୁ ଆହୁରି ମଜବୁତ କରିବା ସହ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ବିଜେଡିର ସଫଳତା ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସଦର ବିଧାୟକ ତଥା ଜିଲ୍ଲା ସଭାପତି ଯୋଗେଶ କୁମାର ସିଂ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଅମିତ ରଞ୍ଜନ ତନ୍ତୀ ସଭା ପରିଚାଳନା କରିଥିଲେ। ପଦଯାତ୍ରାରେ ପ୍ରବୀଣ ଶେଖର ଦେଓ, ଲମ୍ବୋଦର ସିଂ, କପିଳେଶ୍ୱର ଦାନୀ, ସଞ୍ଜୀବ ପଟେଲ, ବେଲାଲସେନ ଦାଶ, ରତନ ବାରସତିଆ, ରଞ୍ଜନ ବେସନ, ରାଜେନ୍ଦ୍ର ଏକ୍କା, ସୀତାରାମ ମିଶ୍ର, ଦଧିଚନ୍ଦ୍ର ଷଣ୍ଢ, ଅମରେଶ ପୁରୀ, ଅଶୋକ ସାହା ଦେଓ, ପ୍ରଦୀପ କୁଜୁରଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବିଜେପି ଓ କଂଗ୍ରେସରୁ ୭୫ ଜଣ ବ୍ୟକ୍ତି ବିଜେଡିରେ ସାମିଲ ହୋଇଥିବା ଦଳ ପକ୍ଷରୁ ସୂଚନା ମିଳିଛି। ଏହି ଯୋଗଦାନକୁ ନେଇ ଅଞ୍ଚଳରେ ଦଳୀୟ ସଂଗଠନ ବିସ୍ତାର ଦିଗରେ ବିଜେଡି ଆଶାବାଦୀ ରହିଛି।

Related Posts

About The Author

Add Comment