ଭୁବନେଶ୍ୱର ୪/୧୦/୨୬ (ସନ୍ଧାନ ନ୍ୟୁଜ) ଓଡିଶା ବିଜେପି ପ୍ରଭାରୀ ପୁରନ୍ଦେଶ୍ଵରି ଙ୍କ ଓଡିଶା ଗ୍ରସ୍ତ କୁ ନେଇ ବିଜେପି ପକ୍ଷରୁ ସ୍ଵାଗତ ସମାରୋହ ଦଳୀୟ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି। ବିମାନ ବନ୍ଦରରେ ପହଞ୍ଚିଲା ପରେ ରାଜ୍ୟ ଆଇନ ମନ୍ତ୍ରୀ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୁଥିରାଜ ହରିଚନ୍ଦନ ତାଙ୍କୁ ବିମାନ ବନ୍ଦରରେ ସ୍ଵାଗତ କରିଥଲେ। ବିମାନ ବନ୍ଦର ରୁ ଶ୍ରୀମତୀ ପୁରନ୍ଦେଶ୍ୱରୀ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ।ଶ୍ରୀମନ୍ଦିର ପ୍ରଶାସନ ତରଫ ରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ଶ୍ରୀ ମନ୍ଦିର ରେ ଜଗନ୍ନାଥ ଦର୍ଶନ କରିବା ପରେ ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଂଚି ଥିଲେ। ତାଙ୍କ ସହିତ ରାଜ୍ୟ ବିଜେପି ର ସହ ପ୍ରଭାରୀ ସ୍ବଦେଶ ସିଂହ ମଧ୍ୟ ଓଡିଶା ଗ୍ରସ୍ତ ରେ ଆସିଥିଲେ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଂଚି ଶ୍ରୀମତୀ ପୂରନ୍ଦେଶ୍ୱରି ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁକୁ ସନ୍ଧାନ
ଓଡ଼ିଶା ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରି ଙ୍କ ଜଗନ୍ନାଥ ଦର୍ଶନ
|
October 4, 2026 |



