ଲେଫ୍ରୀପଡା ପୋଲିସ ପକ୍ଷରୁ “ଆମ ପୋଲିସ ସମିତି “କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ସୁନ୍ଦରଗଡ଼ ତା:୨୬-୦୯-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ଲେଫ୍ରୀପଡା ବ୍ଲକ ଗିରୀଙ୍ଗକେଲା ପଞ୍ଚାୟତ ସଭାଗୃହରେ ଲେଫ୍ରୀପଡା ଥାନା ଶ୍ରୀଯୁକ୍ତ ଉଦୟ କୁ ସାହୁ ଙ୍କ ତତ୍ୱାବଧାନ ରେ “ଆମ ପୋଲିସ ସମିତି “ବୈଠକ କାର୍ଯ୍ୟକ୍ରମ ହୋଇଯାଇଛି l ଏହି ବୈଠକ ରେ ଗିରୀଙ୍ଗ କେଲା ପଞ୍ଚାୟତ ସରପଞ୍ଚ, ଭିଏଲଡବ୍ଲୁ ,ସମିତିମେମ୍ବର, ଅଞ୍ଚଳର ଭଦ୍ରମଣ୍ଡଲି ସହିତ ମହିଳା ମାନେ ଉପସ୍ଥିତ ଥିଲେ l ତା ସହିତ ସୋସିଆଲ ମିଡ଼ିଆ ବନ୍ଧୁ ମାନେ ମଧ୍ୟ ଏହି ବୈଠକ ରେ ଉପସ୍ଥିତ ରହିଥିଲେ l ରାସ୍ତାଘାଟ, ଯାନବାହାନ ସୁରକ୍ଷା, ଗୋ ଚଲାଣ ରୋକ, ଗୁଣି ଗାରେଡି, ଶିଶୁ, କିଶୋରୀ ସୁରକ୍ଷା, ନିଶା ନିବାରଣ ବ୍ୟାଙ୍କ ମାନଙ୍କ ରେ ହେଉଥିବା କ୍ରାଇମ ବିଷୟରେ ଆଲୋଚନା ହୋଇଥିଲା l ଲେଫ୍ରୀପଡା ଥାନା ଅଧିକାରୀ ବିଶେଷ କରି ସାଇବର୍ ଠକେଇ ସହିତ ଛାତ୍ରଛାତ୍ରୀ ସୋସିଆଲ ମିଡିଆରେ ପଡି ପଥଭ୍ରାନ୍ତ ହେଉଥିବା ବେଳେ ତାର ତଦାରକ କରିବା ପାଇଁ ଅଭିଭାବକ ମାନଙ୍କୁ ସଚେତନ କରାଇଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସ୍ଥାନିୟ ସମିତି ସଭ୍ୟା ସଭା ସାଙ୍ଗ କରିଥିଲେ l

Related Posts

About The Author

Add Comment