ଯାଜପୁର, : ୨୯/୯/୨୬ (ସନ୍ଧାନ ନ୍ୟୁଜ) ଆଜି ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଜନ୍ମ ଦିବସ ପାଳନ ଉତ୍ସବ ସାରା ଓଡ଼ିଶା ରାଜ୍ୟର ବିଭିନ୍ନ ମନ୍ଦିର ସମେତ ଭାଗବତ ଗାଦୀ ମାନଙ୍କରେ ପାଳନ କରାଯାଏ,, ହିନ୍ଦୁ ଧର୍ମର ଲୋକମାନେ ଶ୍ରୀ ଜଗନ୍ନାଥ୍, ଶ୍ରୀ କୃଷ୍ଣ ଙ୍କ ପ୍ରତିମୂର୍ତ୍ତି, ଫଟୋ ଚିତ୍ରଓ ଭାଗବତ ପୁରାଣ ରଖିପୁଜା ଉତ୍ସବ ପାଳନ କରିଥାନ୍ତି। ଏହାକୁ ଆଧାର କରି ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ଗ୍ରାମ ଭାଗବତ ଗାଦୀ ଠାରେ ଆଡମ୍ବର ପୁର୍ଣ୍ଣ ଭାବେ ପାଳିତ ହୋଇ ଯାଇଛି। ଏହି ଶ୍ରୀମଦ୍ ଭାଗବତ ଜନ୍ମ ଦିବସ ରେ ବ୍ରାହ୍ମଣ ଶରତ ମିଶ୍ର ଯୋଗଦେଇ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି କୁ ସୁସୋଜିଟ କରାଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। କର୍ତ୍ତା ଭାବେ ଅକ୍ଷୟ କୁମାର ଦାସ, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାସ ସମ୍ପୂର୍ଣ୍ଣ ଦାଇତ୍ୱ ବହନ କରିଥିଲେ। ଚାରଣ ଉଦୟନାଥ ସାହୁ ସେହି ଭାଗବତ ଗାଦୀ ରେ ଯୋଗ ଦେଇ ଶ୍ରୀମଦ୍ ଭାଗବତ ପୁରାଣ ର ପ୍ରଥମ ଅଧ୍ୟାୟ ଓ ଏକାଦଶ ଅଧ୍ୟାୟ ପାଠ କରି ଥିଲେ। ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଭଗବତ୍ ପୁସ୍ତକ ସମ୍ମୁଖରେ ହୋମ ଯଜ୍ଞ ଅନୁଷ୍ଟିତ ହୋଇଥିଲା। ଚାରଣ ଉଦୟନାଥ ବିଷ୍ଣୁ ସହସ୍ରନାମ,ହନୁମାନ ଚାଳିଶା ପଠନ କରିବା ସମୟରେ ବ୍ରାହ୍ମଣ ଶରତ ମିଶ୍ର ଯଜ୍ଞ କୁଣ୍ଡରେ ଘୃତ ଆହୁତି ପ୍ରଦାନ କରିଥିଲେ। ପ୍ରଭୁଙ୍କ ପାଖରେ ଭୋଗ କରାଯିବା ପରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଶ୍ରୀମଦ୍ ଭାଗବତ ଜନ୍ମ ଦିବସ ରେ ଶରତ କୁମାର ଦାସ, ଶ୍ରୀମତୀ କଲ୍ୟାଣୀ ଦାସ, ସରପଞ୍ଚ। ନିର୍ମଳ ଦାସ, ସ୍ଵାଧୀନ ଦାସ,, ସ୍ବାଗତ ଦାସ, ସନ୍ଦିପ କୁମାର ଦାସ, ସ୍ୱରୂପ ଦାସ, ଶ୍ରୀମତୀ କିରଣ ଦାସ, ଲିମା,, ଶ୍ରିଷ୍ଟି, ସ୍ଵାତୀ,, ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ଥିଲେ, ସେଠାରେ ଶରତ କୁମାର ଦାସ ଏହି ଭାଗବତ ଜନ୍ମ ଦିବସ ପାଳନ ରେ ଯୋଗଡିଥିବ ସମସ୍ତ ଶ୍ରଦ୍ଧାଳୁ ନାନଙ୍କ ପାଇଁ ପ୍ରସାଦ ସେବନ ତା ବ୍ୟବସ୍ତା କରିଥିଲେ
ସୁନ୍ଦରିଆ ଗ୍ରମରେ ପବିତ୍ର ଶ୍ରୀମଦ୍ ଭାଗବତ ଜନ୍ମ ଦିବସ ପାଳିତ
|
September 29, 2026 |



