ଲୋକଙ୍କ ସରକାର ବୋଲାଉଥିବା ମୁଖ୍ୟମନ୍ତ୍ରୀ, ସାଧାରଣ ଜନତାଙ୍କ ପାଇଁ ସମୟ ନାହିଁ

Spread the love

ସୁନ୍ଦରଗଡ ତା:୨୮/୯/୨୦୨୬(ସନ୍ଧାନ ନ୍ୟୁଜ) ବିଗତ ନିର୍ବାଚନରେ ବିଜେପି ସରକାର ଓଡ଼ିଶାରେ ନିଜର ସରକାର ଗଢିବାର ପରେ ନିଜ ଶାସନ କୁ ଲୋକଙ୍କ ଶାସନ ବୋଲି କହିଥିବା ଆଜି ନିରର୍ଥକ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି । ସୁନ୍ଦରଗଡ ଜିଲ୍ଲାରେ ଇବ ନଦୀର ପ୍ରକଳ୍ପ କୁ ନେଇ ସଂଗ୍ରାମ ଜାରି ରହିଥିବା ବେଳେ ଇବ ନଦୀ ବନ୍ଧ ଯୋଜନାର ସଂଗ୍ରାମ ସମିତି ମୁଖ୍ୟ ମନ୍ତ୍ରୀଙ୍କ ସହ ଦୁଇ ଦିନ ଧରି ରାଜଧାନିରେ ଥିବାବେଳେ ସାକ୍ଷାତ୍ ହୋଇପାରିଲେ ନାହିଁ। ସୂଚନା ଅନୁସାରେ ବିଗତ ଦୁଇଦିନ ଧରି ଇବ ନଦୀ ବନ୍ଧ କୁ ବିରୋଧ କରି ଆସୁଥିବା ସଂଗ୍ରାମ ସମିତି ଦଳ ସ୍ପଷ୍ଟୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ରହିଥିଲେ ହେଲେ କାର୍ଯ୍ୟ ବ୍ୟସ୍ତତା କାରଣରୁ ମୁଖ୍ୟମନ୍ତ୍ରୀ ଭେଟି ନ ଥିବା କଥା ସମିତି ସଭାପତି ପଞ୍ଚାନନ ନାଏକ ସୂଚନା ଦେଇଛନ୍ତି । ବେଳେ ଦୁଇ ଦିନ ୨୫ ତାରିଖ ଓ ୨୬ ତାରିଖରେ ଭିତରେ ଇବ ସଂଗ୍ରାମ ସମିତି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ ପାଇଁ ଯାଇଥିବା ବେଳେ ପ୍ରଥମ ଦିନରେ ବିଧାନସଭା ସ୍ଥଗିତ ହେବା ସହ ଦ୍ୱିତୀୟ ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ବ୍ୟସ୍ତତା କାରଣରୁ ସାକ୍ଷାତ୍ ହୋଇପାରି ନଥିଲା । ଏହି ଗସ୍ତ ସମୟରେ ସ୍ଥାନିୟ ବିଧାୟକ ତଥା ଜଳସମ୍ପଦ ଅଧିକାରୀ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ,ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ସହିତ ଇବ ନଦୀ ବନ୍ଧ ବନ୍ଦ କୁ ନେଇ ଆଲୋଚନା ହୋଇଥିବା ବେଳେ ୨୦୨୯ ସୁଦ୍ଧା ଇବ ନଦୀ ବନ୍ଧ ପ୍ରକଳ୍ପ ସ୍ଥଗିତ ରହିଥିବା କଥା ଜଳ ସମ୍ପଦ ଅଧିକାରୀ ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଥିବା ସମିତି ସଭାପତି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜିର ସମୟରେ ଓଡ଼ିଶାର ସରକାର କୁ ଲୋକଙ୍କ ସରକାର କହୁଥିବା ବେଳେ ଲୋକଙ୍କ ଅସୁବିଧା ପାଇଁ ତାଙ୍କ ପାଖରେ ସମୟ ନ ଥିବା ଏକ ବିପରୀତ ଦିଗକୁ ଇଙ୍ଗିତ କରୁଥିବା ପ୍ରଶ୍ନବାଚି ସୃଷ୍ଟି ହେଉଛି । ଲୋକଙ୍କ ହିତ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଆଗକୁ ନ ଆସିବା ଏବେ ଏକ ବଡ ପ୍ରଶ୍ନ ପାଲଟିଛି । ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବା ସହିତ ଆଦିବାସୀ ମାନଙ୍କ ଦୁଃଖ ଶୁଣିବା ରେ ଯଦି କାର୍ଯ୍ୟ ବ୍ୟସ୍ତତା ରହିଥିବା ବେଳେ ସରକାର ଆଦିବାସୀଙ୍କ ପ୍ରତି କେତେ ତତ୍ପର ତାହା ବୁଦ୍ଧିଜୀବୀ ମହରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଇବ ନଦୀ ବନ୍ଧ ବନ୍ଦ ବିଷୟରେ ଆଲୋଚନା କରାଯିବ ବୋଲି ସମିତି ସଭାପତି ପଞ୍ଚାନନ ନାଏକ ସୂଚନା ଦେଇଛନ୍ତି ।

Related Posts

About The Author

Add Comment