ତଲସରା ପୋଲିସ ପକ୍ଷରୁ “ଆମ ପୋଲିସ ସମିତି “କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ସୁନ୍ଦରଗଡ଼ ତା:୨୬-୦୯-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ତଲସରା ଥାନା ସଭା ଗୃହ ରେ ତଲସରା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତି ଯଶୋବନ୍ତି ବାଗ ଙ୍କ ତତ୍ୱାବଧାନ ରେ “ଆମ ପୋଲିସ ସମିତି “ବୈଠକ କାର୍ଯ୍ୟକ୍ରମ ହୋଇଯାଇଛି l ଏହି ବୈଠକ ରେ ତଲସରା ଥାନା ଏଏସଆଇ ଶ୍ରୀ ସୁବାଷ ଚନ୍ଦ୍ର ମିରିଗ, ବନଡେଗା ଫାଣ୍ଡି ଏଏସଆଇ ଶ୍ରୀ ନବୀନ କୁମାର ପରୁଆ ଉପସ୍ଥିତ ଥିଲେ l ତଲସରା ଷ୍ଟେଟ ବ୍ୟାଙ୍କ, ବାଲିଶଙ୍କରା ସେଣ୍ଟ୍ରାଲ ବ୍ୟାଙ୍କ କର୍ମଚାରି, ତଲସରା ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ, ସବଡେଗା ର ସୁନା ଦୋକାନୀ ତଥା ଅନ୍ୟ ସମସ୍ତ ଦୋକାନୀ ବୃନ୍ଦ ଉପସ୍ଥିତ ଥିଲେ l ନନ୍ଦନ ସିଂ, ଜଗଦମ୍ବ ସାଏ, ସନ୍ତୋଷ କୁମାର ସାହୁ ସହିତ ଅଞ୍ଚଳ ର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଏହି ବୈଠକ ରେ ଉପସ୍ଥିତ ଥିଲେ l ସୋସିଆଲ ମିଡ଼ିଆ ବନ୍ଧୁ ମାନେ ମଧ୍ୟ ଏହି ବୈଠକ ରେ ଉପସ୍ଥିତ ରହିଥିଲେ l ରାସ୍ତାଘାଟ, ଯାନବାହାନ ସୁରକ୍ଷା, ଗୋ ଚଲାଣ ରୋକ, ଗୁଣି ଗାରେଡି, ଶିଶୁ, କିଶୋରୀ ସୁରକ୍ଷା, ନିଶା ନିବାରଣ ବ୍ୟାଙ୍କ ମାନଙ୍କ ରେ ହେଉଥିବା କ୍ରାଇମ ବିଷୟରେ ଆଲୋଚନା ହୋଇଥିଲା l  ସାଇବର ଠକେଇ କୁ ନେଇ ବିଶେଷ ସଚେତନ କରାଯାଇଥିଲା ।ଶେଷରେ ଧନ୍ୟବାଦ ଦେଇ ତଲସରା ଥାନା ଅଧିକାରୀ ସଭା ସାଙ୍ଗ କରିଥିଲେ ।

Related Posts

About The Author

Add Comment