ସୁନ୍ଦରଗଡ଼ ତା:୨୫-୦୯-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ଦେଓଭୁବନପୁର ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସଂଜୀବ ବାର୍ଲା ଙ୍କ ତତ୍ୱାବଧାନ ରେ ଦେଓଭୁବନପୁର କଉଡ଼ିପଡା ପଡିଆ ଠାରେ ଆଜି “ଏକ ପେଡ ମା କେ ନାମ ପର “କାର୍ଯ୍ୟକ୍ରମ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ଗାଁ ସାଥି, ୱାର୍ଡ ମେମ୍ବର ସହିତ ଗ୍ରାମ ର ଅନେକ ଭଦ୍ର ବ୍ୟକ୍ତି ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ସାଫଲ୍ୟ କରିଥିଲେ । ଅଞ୍ଚଳରେ ବୃକ୍ଷ ରୋପଣ ଦ୍ଵାରା ପରିବେଶ ନିର୍ମଳ ରହିବା ସହିତ ସ୍ୱାସ୍ଥ୍ୟ ନିରୋଗ ରହିବ ବୋଲି ସରପଞ୍ଚ ମତ ରଖିଥିଲେ । ଏହି କାର୍ଯ୍ୟ କୁ ପଞ୍ଚାୟତ ଏଡିଓ ଭକ୍ତି ଭୂଷଣ ତିର୍କୀ ପରିଚାଳନା କରିଥିବା ସହିତ ୪୫୦ ବୃକ୍ଷ ରୋପଣ କରାଯାଇଥିଲା
ଦେଓଭୁବନପୁର ପଞ୍ଚାୟତ କଉଡ଼ି ପଡା ପଡିଆ ଠାରେ “ଏକ ପେଡ ମା କେ ନାମ ପର “କାର୍ଯ୍ୟକ୍ରମ
|
September 25, 2026 |



