ଏକ ବର୍ଷୀୟ ଶିଶୁଙ୍କ ଗଳାରୁ ସୁନା ଲକେଟ୍ ଛଡ଼ାଇ ନେବା ଅଭିଯୋଗ ଦୁଇ ଅଭିଯୁକ୍ତ ଗିରଫ, ଲକେଟ୍ ଉଦ୍ଧାର

Spread the love

 

ଯାଜପୁର /, ୨୨/୦୯ (ସନ୍ଧାନ ନ୍ୟୁଜ୍): ଏକ ବର୍ଷୀୟ ଶିଶୁଙ୍କ ଗଳାରୁ ସୁନା ଲକେଟ୍ ଛଡ଼ାଇ ନେବା ଅଭିଯୋଗରେ ଜଖପୁରା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୁଲିସର ତ୍ୱରିତ ତଦନ୍ତରେ ଅଭିଯୁକ୍ତଦ୍ୱୟ ଧରାପଡ଼ିବା ସହ ଚୋରି ହୋଇଥିବା ସୁନା ଲକେଟ୍‌ଟି ମଧ୍ୟ ଉଦ୍ଧାର ହୋଇଛି।

ଥାନା ସୂଚନା ଅନୁଯାୟୀ, ଘଟଣା ସମ୍ପର୍କରେ ଜଖପୁରା ଥାନାରେ କେସ୍ ନମ୍ବର ୧୬୫, ତାରିଖ ୨୦.୦୯.୨୦୨୬ରେ BNS ଧାରା ୩୦୯(୬)/୩(୫) ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରି ଜଖପୁରା ଅଞ୍ଚଳର ସୁବାସ ବେହେରା ଓ କୈଳାସ ପରିଡ଼ାଙ୍କୁ ଗିରଫ କରିଥିଲା।

ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ଶିଶୁଙ୍କ ଗଳାରୁ ଛଡ଼ାଇ ନିଆଯାଇଥିବା ସୁନା ଲକେଟ୍ ଉଦ୍ଧାର କରାଯାଇଥିଲା। ପରେ ଉଦ୍ଧାର ଲକେଟ୍‌ଟି ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରାଯାଇଛି।

ଗିରଫ ଅଭିଯୁକ୍ତଦ୍ୱୟଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରି ପୁଲିସ ସେମାନଙ୍କୁ ମାନ୍ୟବର ଅଦାଲତରେ ହାଜର କରିଛି। ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଛି।

Related Posts

About The Author

Add Comment