ଗନ୍ଦିଆ /୧୭/୯(ସନ୍ଧାନ ନ୍ୟୁଜ ):ଷଢଙ୍ଗୀ-ଛଡେଇଧରା ମୁଖ୍ୟ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆଜି ସନ୍ଧ୍ୟା ୫:୩୦ ରୁ ୬:୦୦ ମଧ୍ୟରେ ନିହଲପ୍ରସାଦ ଥାନା ଅନ୍ତର୍ଗତ ୨୮ ମାଇଲ ଗୋଡ଼ା ଛକ ନିକଟରେ ମୁଖ୍ୟ ରାସ୍ତାରେ ଦୁଇ ପାର୍ଶ୍ୱରୁ ଦ୍ରୁତ ଗତିରେ ଆସୁଥିବା ଦୁଇଟି ବାଇକ୍ ପରସ୍ପରକୁ ଧକ୍କା ଦେଇଥିଲେ। ଏହି ଭୟଙ୍କର ଦୁର୍ଘଟଣାରେ ଉଭୟ ଗାଡ଼ିର ଆରୋହୀ ଏବଂ ପଛରେ ବସିଥିବା ସହଯୋଗୀମାନେ ରାସ୍ତାରେ ଟାଣିହୋଇ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ।
ଆହତମାନଙ୍କ ପରିଚୟ:ତୋଫାନ ଦେହୁରୀ (ବୟସ ୨୬) – ଗଁଦିଆ ଥାନା ଅନ୍ତର୍ଗତ ଷଢ଼ଙ୍ଗୀ ଗ୍ରାମ
ସନ୍ତୋଷ ଦେହୁରୀ (ବୟସ ୨୫) – ଷଢ଼ଙ୍ଗୀ ଗ୍ରାମ
ଅଂକୁର ବେହେରା – ନିହାଲପ୍ରସାଦ ଥାନା ଅନ୍ତର୍ଗତ କରନ୍ଦା ଗ୍ରାମରଂଜିତ ଖଟୁଆ – ନରସିଂହପୁର ଅଞ୍ଚଳ
ଡାକ୍ତରଖାନା ସ୍ଥାନାନ୍ତର:
ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ସହାୟତାରେ ସମସ୍ତ ଆହତଙ୍କୁ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ତେବେ ଆଉ ଦୁଇଜଣ ଶରୀରରେ ଗଭୀର ଆଘାତ ଲାଗିଥିବାରୁ ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା ପ୍ରଦାନ ପରେ ତୁରନ୍ତ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି।



