ମେଡିଏସନ୍ ଫର୍ ନେସନ୍ ୩.୦’ ଅଭିଯାନ ଆରମ୍ଭ

Spread the love

ଯାଜପୁର, : ୧୭/୯/୨୬ (ସନ୍ଧାନ ନ୍ୟୁଜ)  ମେଡିଏସନ୍ ଏବଂ କନସିଲିଏସନ୍ ପ୍ରୋଜେକ୍ଟ କମିଟି, ନୂଆଦିଲ୍ଲୀ ପକ୍ଷରୁ ତୃତୀୟ ମେଡିଏସନ୍ ଡ୍ରାଇଭ୍ “ମେଡ଼ିଆସନ ଫର ଦି ନେସନ ୩. ୦” ଆରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ ବିଭିନ୍ନ ଅଦାଲତରେ ବିଚାରାଧୀନ ଥିବା ଯୋଗ୍ୟ ମାମଲାଗୁଡ଼ିକର ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯିବ। ଜିଲ୍ଲା ଅଦାଲତ ଓ ତାଲୁକ ଅଦାଲତ ସମେତ ବିଭିନ୍ନ ଅଦାଲତରେ ଚାଲୁଥିବା, “ମେଡ଼ିଏସନ ଫର ଦି ନେସନ ୩.୦” ର ମାନକ କାର୍ଯ୍ୟ ପଦ୍ଧତି (SOP) ଅନୁଯାୟୀ ଯୋଗ୍ୟ ସମସ୍ତ ପ୍ରକାରର ମାମଲାକୁ ମଧ୍ୟସ୍ଥତା ପାଇଁ ଗ୍ରହଣ କରାଯିବ। ମଧ୍ୟସ୍ଥତା ପ୍ରକ୍ରିୟା ମାଧ୍ୟମରେ ପକ୍ଷଗୁଡ଼ିକ ଆପୋଷ ବୁଝାମଣାରେ ମାମଲାର ସମାଧାନ କରିପାରିବେ। ଏହା ଦ୍ୱାରା ମାମଲାର ଶୀଘ୍ର ନିଷ୍ପତ୍ତି ସହିତ ନ୍ୟାୟିକ ବ୍ୟବସ୍ଥା ଉପରେ ମାମଲାର ଚାପ ମଧ୍ୟ ହ୍ରାସ ପାଇବ। ଏହି ଅଭିଯାନ ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ଏବଂ ଅଧିକରୁ ଅଧିକ ଯୋଗ୍ୟ ମାମଲାକୁ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରିବା ଉଦ୍ଦେଶ୍ୟରେ ଏହାର ପ୍ରଚାର-ପ୍ରସାର କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ପକ୍ଷରୁ ଅନୁରୋଧ କରାଯାଇଛି

Related Posts

About The Author

Add Comment