ବ୍ରହ୍ମବରଦା ଅଞ୍ଚଳରେ ଜିଏସ୍‌ଟି ଚଢ଼ଉ ହେଲା

Spread the love

ଯାଜପୁର, : ୧୦/୯/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳରେ ଭୁବନେଶ୍ୱର ଜିଏସ୍‌ଟି ଇନଭେଷ୍ଟମେଣ୍ଟ ପକ୍ଷରୁ ଚଢ଼ଉ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ବ୍ରହ୍ମବରଦା ଅଞ୍ଚଳ ଏକ ବ୍ୟବସାୟ ପେଣ୍ଠସ୍ଥଳି ହୋଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଜିଏସ୍‌ଟି ଫାଙ୍କୁଥିବା ବ୍ୟବସାୟୀ ମାନଙ୍କୁ ଜିଏସ୍‌ଟି ଅଧିକାରୀ ମାନେ କଡ଼ା ଚେତାବନୀ ଦେଇଥିବା ବେଳେ ବ୍ରହ୍ମବରଦା କଲେଜ ଛକ ନିକଟରେ ଥିବା ଏକ ରଡ଼,ସିମେଣ୍ଟ ଦୋକାନରେ ଜିଏସ୍‌ଟି ଅଧିକାରୀ ମାନେ ପହଞ୍ଚି ଚଢଉ କରିଥିଲେ । ଗତକାଲି ରାତି ପର୍ଯ୍ୟନ୍ତ ବିଭିନ୍ନ ଗୋଦାମରେ ଯାଞ୍ଚ କରିବା ସହିତ ଏହି ଚଢଉରେ ଜିଏସ୍‌ଟି ଅଧିକାରୀ ମାନଙ୍କୁ କଣ ମିଳିଲା କେତେ ପରିମାଣରେ ସାମଗ୍ରୀ ଯାଞ୍ଚ ହେଲା କେଉଁ ନିୟମ ଉଲଙ୍ଘନ ହୋଇଥିଲା ସେ ନେଇ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ଦିଆଯାଇନାହିଁ । ଯାହା ଫଳରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ବ୍ୟବସାୟୀଙ୍କ ମଧ୍ୟରେ କୋକୋଆ ଭୟ ସୃଷ୍ଟି ହୋଇଛି । ଏପରି ବ୍ରହ୍ମବରଦା ବହୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିଦେଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଏହି ଗୋଦାମରେ ବିଲ ଦିଆଯାଉନଥିବା  ଏବଂ ନକଲି ରଡ଼ ଏବଂ ସିମେଣ୍ଟ ବିକ୍ରି କରାଯାଉଥିଲା । ଜିଏସ୍‌ଟି । ଅନିୟମିତତା ଅଭିଯୋଗକୁ ଆଧାର କରି ଏହି  ଚଢଉ ହୋଇଥିଲେ ମଧ୍ୟ ଗୋଦାମ ମାଲିକଙ୍କ ପାଖରେ ବୈଧ ଜିଏସ୍‌ଟି ପଞ୍ଜିକରଣ ଥିଲା କି ନାହିଁ ଗୋଦାମରେ ଷ୍ଟକ୍ ଏବଂ କାଗଜ ପତ୍ର ମଧ୍ୟରେ ଠିକ୍ ଥିଲା କି ନାହିଁ ଚଢଉ ସମୟରେ କୌଣସି ସାମଗ୍ରୀ ଜବତ ହୋଇଛି କି ନାହିଁ ବିଭାଗ ତାହା ସ୍ପଷ୍ଟ ହୋଇନାହିଁ । ଏ ନେଇ ଗଣମାଧ୍ୟମ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚିଥିଲେ ହେଲେ ଗଣମାଧ୍ୟମକୁ କୌଣସି ସୂଚନା ନ ଦେଇ ଅଧିକାରୀ ମାନେ ଘଟଣା ସ୍ଥଳରୁ ଚାଲିଯାଇଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment