ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ନବୀକରଣ

Spread the love

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ସାମ୍ବାଦିକମାନଙ୍କ କାର୍ଡ ନବୀକରଣ ପାଇଁ ନିଜ ନିଜ ସଂସ୍ଥାର ସାମ୍ବାଦିକମାନଙ୍କ ସମ୍ପର୍କରେ ନିମ୍ନଲିଖିତ ତଥ୍ୟ/ବିବରଣୀ ୧୦.୦୯.୨୦୨୬ ତାରିଖ ସୁଦ୍ଧା ନିଶ୍ଚିତ ଭାବେ ପ୍ରଦାନ କରିବାକୁ ଅନୁରୋଧ ।
୧. ଆପଣଙ୍କ ସଂସ୍ଥାରେ କାର୍ଯ୍ୟରତ ଯେଉଁ ସାମ୍ବାଦିକଙ୍କର ଦେହାନ୍ତ ହୋଇଛି;
୨. ଯେଉଁ ସାମ୍ବାଦିକ ସଂସ୍ଥା ଛାଡ଼ିଛନ୍ତି;
୩. ଯେଉଁ ସାମ୍ବାଦିକଙ୍କର ବିବାହ ହୋଇଛି;
୪. ବର୍ତ୍ତମାନର ହିତାଧିକାରୀଙ୍କ ପରିବାରରେ ପୁଅ/ଝିଅ ଜନ୍ମ ନେଇଛନ୍ତି , ତାଙ୍କର ବିବରଣୀ; ଏବଂ
୫. ଯେଉଁ ସାମ୍ବାଦିକମାନେ ୨୦୨୫ ମସିହା ପର୍ଯ୍ୟନ୍ତ GSSBY ଅଧୀନରେ ସାମିଲ ଥିଲେ, କିନ୍ତୁ ଗତ ନବୀକରଣ ସମୟରେ କୌଣସି କାରଣରୁ ବାଦ ପଡ଼ିଥିଲେ, ସେମାନଙ୍କର ବିବରଣୀ।
ଏଥିସହିତ, ଯେଉଁ ସାମ୍ବାଦିକମାନେ ସମ୍ପ୍ରତି ସାମ୍ବାଦିକତା କ୍ଷେତ୍ରରେ ଯୋଗ ଦେଇଛନ୍ତି ଏବଂ GSSBY ପାଇଁ ନୂତନ ଭାବେ ଆବେଦନ କରିବାକୁ ଇଚ୍ଛୁକ, ସେମାନଙ୍କୁ ୱେବସାଇଟ୍‌ରେ ନୂତନ ପଞ୍ଜୀକରଣ (Fresh Registration) ଆରମ୍ଭ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅନୁରୋଧ। ନୂତନ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଲେ ଏ ସମ୍ପର୍କରେ ଆବଶ୍ୟକ ସୂଚନା ପ୍ରଦାନ କରାଯିବ। ଆବଶ୍ୟକ ତଥ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଇ-ମେଲ୍: diprojajpur@gmail.com ମାଧ୍ୟମରେ ପଠାଇବାକୁ ଅନୁରୋଧ। ଆପଣମାନଙ୍କର ସହଯୋଗ ତଥା  ସମୟୋପଯୋଗୀ ତଥ୍ୟ ପ୍ରଦାନ ନିମନ୍ତେ ଅନୁରୋଧ । ଅଧିକ ଜାଣିବା ନିମନ୍ତେ ସତ୍ୟଜିତ ନାୟକ -9338280454 ରେ ଯୋଗାଯୋଗ କରିପାରିବେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଯାଜପୁର

Related Posts

About The Author

Add Comment