ଜନ ପ୍ରତିନିଧି ସହିତ ପ୍ରସାଶନିକ ଅଧିକାରୀଙ୍କ ଅବହେଳା,ସୋଲାର ପାଣି ଟାଙ୍କି ଅଚଳ,୫୦ପରିବାର ମୌଳିକ ସୁବିଧାରୁ ବଞ୍ଚିତ

Spread the love

ସୁନ୍ଦରଗଡ଼ ତା:୦୪-୦୯-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ସରକାର ଗ୍ରାମାଞ୍ଚଳ ରେ ଲୋକଙ୍କ ପାଇଁ ପାନୀୟ ଜଳର ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜାଗା ଜାଗାରେ ସୋଲାର ପାଣି ଟାଙ୍କି ର ମଧ୍ୟ ବ୍ୟବସ୍ଥା କରିଥିବା ବେଳେ କେତେକ ଜାଗା ରେ ଏହାର ବ୍ୟତିକ୍ରମ ଚିତ୍ର ଦେଖିବାକୁ ମିଳିଛି l ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ କିଞ୍ଜିରକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁପାଟାଙ୍ଗର ବସ୍ତି ଓ ଭକ୍ତପଡା ଠାରେ ଥିବା ସୋଲାର ପାଇପ ପାଣି ଯୋଗାଣ ଅଚଳ ହୋଇ ପଡିଥିବାରୁ ୫୦ପରିବାର ପାନୀୟ ଜଳ ପାଇଁ ଘୋର ଅସୁବିଧା ଭୋଗୁଥିବା ସୂଚନା ମିଳିଛି l ଦୀର୍ଘ ୨ମାସ ରୁ ଉର୍ଦ୍ଧ ସମୟ ଧରି ବସ୍ତିପଡା ରେ ଥିବା ସୋଲାର ପାଣି ଟାଙ୍କି ଅଚଳ ହୋଇ ପଡି ରହିଛି l ଲଗାଣ ବର୍ଷା ସହିତ ବଜ୍ରପାତ ଯୋଗୁଁ ଏହି ସୋଲାର ପାଣି ଟାଙ୍କି ର ମୋଟର ଖରାପ ହୋଇଥିବା ଗ୍ରାମବାସି ପ୍ରକାଶ କରିଛନ୍ତି l ଉକ୍ତ ଗ୍ରାମ ପଞ୍ଚାୟତର ଜନ ପ୍ରତିନିଧି ଚେୟାରମ୍ୟାନ ମହାଶୟା ଥିବା ବେଳେ ଅଞ୍ଚଳ ର ସୁବିଧା ଅସୁବିଧା ରେ ଲୋକ ପାଇଁ ସହଯୋଗ ର ହାତ ବଢାଇବା କଥା ତ ଦୂରର କଥା ଅଞ୍ଚଳ କୁ ବୁଲି ଦେଖିବା ସ୍ବପ୍ନ ବୋଲି ଗ୍ରାମବାସି ପ୍ରକାଶ କରିଛନ୍ତି l ସୂଚନା ଅନୁସାରେ ଚେୟାରମ୍ୟାନ ମହୋଦୟା କେବଳ ଅଫିସ କାର୍ଯ୍ୟରେ ବ୍ଲକରେ ଦେଖା ଦେଉଥିବା ବେଳେ ନିଜ ଅଞ୍ଚଳ ପ୍ରତି ନଜର ନ ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । “ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ” ମାଧ୍ୟମରେ ଅନେକ ବିକାଶ କାର୍ଯ୍ୟ ହେଉଥିବା ବେଳେ ତାର ବିପରୀତ ଚିତ୍ର ଦେଖିବାକୁ ମିଳୁଥିବା ବାରମ୍ବାର ଅଭିଯୋଗ ହେଉଥିବା ସୂଚନା ରହିଛି । ଏହି ପାଣି ଯୋଗାଣ ବ୍ୟବସ୍ଥା ଉପରେ ବସ୍ତିପଡା ର ପ୍ରାୟ ୨୫ପରିବାର ନିର୍ଭରଶିଳ କରୁଥିବା ବେଳେ ପାଣି ଟାଙ୍କି ଅଚଳ ହୋଇଯିବା ପରେ ଦୂର ଦୁରାନ୍ତ ରୁ ପାଣି ଆଣିବାକୁ ପଡୁଛି ବୋଲି ଗ୍ରାମବାସି ପ୍ରକାଶ କରିଛନ୍ତି l ନିଜ ଅଞ୍ଚଳ ର ପ୍ରସାଶନିକ ଅଧିକାରୀ ରହି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେବା ଏକ ବଡ ପ୍ରଶ୍ନ ପାଲଟିଛି । ଜଳ ବିନା ଲୋକେ ବିଭିନ୍ନ ଅସୁବିଧା ଭୋଗୁଥିବା ବେଳେ ଜନ ପ୍ରତିନିଧି ସହିତ ପ୍ରସାଶନିକ ଅଧିକାରୀ କର୍ଣ୍ଣପାତ କରୁ ନ ଥିବା ଏକ ଅନ୍ୟ ଦିଗକୁ ଇଙ୍ଗିତ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି । ଲୋକେ ମୌଳିକ ସୁବିଧା ପାଇ ପାରୁ ନ ଥିବାବେଳେ ସ୍ଥାନିୟ ଜନ ପ୍ରତିନିଧିଙ୍କ ଅପାରଗତାକୁ ପଦା ରେ ପକାଉଥିବା ସୂତ୍ରରୁ ଜଣାପଡିଛି ।ଦେଖିବାକୁ ବାକି ରହିଲା କେବେ ଲୋକେ ମୌଳିକ ସୁବିଧା ପାଇବେ ।

Related Posts

About The Author

Add Comment