ବରଗଡ ୪/୯/୨୬ (ସନ୍ଧାନ ନ୍ୟୁଜ) ଡୁମ୍ବେରବାହାଲ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେପ୍ଟେମ୍ବର ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି। ଏହି ଅବସରରେ ବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ଓ ପରିଚ୍ଛନ୍ନ ରଖିବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ସେପ୍ଟେମ୍ବର ୧ ତାରିଖରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ହୃଷୀକେଶ ବାଗଙ୍କ ସଭାପତିତ୍ୱରେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ବାବୁଲାଲ ଧରୁଆ, ଶ୍ରୀ ସୁଦାମ କନ୍ଧେର, ଶ୍ରୀ ଶୌତମ ଛତର, ଶ୍ରୀ ଡେଜଲିଙ୍ଗ ଦନ୍ତା ଓ ଶ୍ରୀମତୀ ମୌସୁମୀ ପ୍ରଧାନ ସହଯୋଗ କରିଥିଲେ। ସ୍ୱଚ୍ଛତା ପ୍ରତି ସମସ୍ତଙ୍କୁ ସଚେତନ କରିବା ସହ ବିଦ୍ୟାଳୟ ଓ ଏହାର ଆଖପାଖ ପରିବେଶକୁ ପରିଷ୍କାର ରଖିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଆହ୍ୱାନ ଦେଇଥିଲେ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ଜାରି ରହିବ।
ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

Related Posts
ନୀଳକଣ୍ଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ସରକାରୀ ବିଦ୍ୟାଳୟ ମାନଙ୍କରେ ଅବିଭାବକମାନେ ଓତଃପ୍ରତଭାବେ ଜଡିତ ରହିବା ଆବଶ୍ୟକ-ଗଣଶିକ୍ଷା ମନ୍ତ୍ରୀ
ମାଗଣାରେ ୫ ଲିଟର ପେଟ୍ରୋଲ ପାଇବାର ଶେଷ ସୁଯୋଗ !
ଶିଶୁ ସୁରକ୍ଷା ବାଲ୍ୟବିବାହ ଉପରେ ଆଲୋଚନା ଚକ୍ର ଅନୁଷ୍ଟିତ


